ହସ୍ତଶିଳ୍ପ କାରିଗରଙ୍କ ପାଇଁ ‘ହସ୍ତକାରୀ’ ଅଭିଯାନ

ଭୁବନେଶ୍ବର : ଭାରତୀୟ ଶିଳ୍ପ ମହାସଂଘ ଆନୁକୂଲ୍ୟରେ ଓଡ଼ିଶା ସମେତ ପୂର୍ବ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଗ୍ରାମାଞ୍ଚଳରେ ବାସ କରୁଥିବା ହସ୍ତଶିଳ୍ପ କାରିଗରମାନଙ୍କୁ ସଶକ୍ତ କରିବା ଲାଗି ‘ହସ୍ତକାରୀ’ ନାମକ ଏକ ଉପକ୍ରମ ପ୍ରସ୍ତୁତ କରାଯାଇଛି। ଏହା କାରିଗରମାନଙ୍କୁ ବିଶ୍ବ ଦରବାରରେ ପହଞ୍ଚାଇବା ଲାଗି କାର୍ଯ୍ୟ କରିବ। ସେମାନଙ୍କ ଦକ୍ଷତା ବିକାଶ କରିବା ସହିତ ସଦସ୍ୟତାର ବ୍ୟବସ୍ଥା କରିବ। ଆନ୍ତର୍ଜାତିକ କ୍ରେତାମାନଙ୍କ ସହ ସେମାନଙ୍କୁ ଯୋଡ଼ିବା ଲାଗି ଇ-ହାଟର ବ୍ୟବସ୍ଥା କରିବ। ରାଜ୍ୟର ପର୍ଯ୍ୟଟନ ସ୍ଥଳୀ ଓ ସ୍ବଦେଶୀ କଳା ସଂସ୍କୃତିର ପ୍ରଚାରପ୍ରସାର ନିମନ୍ତେ ମଞ୍ଚ ସୃଷ୍ଟି କରିବାକୁ ଏହା ଲକ୍ଷ୍ୟ ରଖିଛି। ଏହି ପ୍ରାନ୍ତୀୟ ୱେବିନାରରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମେତ ତ୍ରିପୁରା, ସିକିମ୍‌ର ପ୍ରତିନିଧି ଓ ସିଆଇଆଇର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। ରାଜ୍ୟରେ ସମ୍ବଲପୁରୀ ଶାଢ଼ୀ, ମାଣିଆବନ୍ଧ ପାଟ, ରଘୁରାଜପୁରର ପଟ୍ଟଚିତ୍ର ଆଦିବାସୀ କଳାସଂସ୍କୃତିର ବହୁତ ସୁନା ରହିଛି। ପିତ୍ତଳ କାମ, ରୁପା ତାରକସୀ, ଟେରାକୋଟା, ଚାନ୍ଦୁଆ ଆଦି କ୍ଷେତ୍ରରେ ମଧ୍ୟ କାରିଗରମାନେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି।



from ବାଣିଜ୍ୟ – Sambad https://ift.tt/31CK9P1

Post a Comment

0 Comments