
ନୂଆଦିଲ୍ଲୀ: ଗାଈ ଗୋବରରେ ପ୍ରସ୍ତୁତ ମୋବାଇଲ୍ ଫୋନ୍ ଚିପ୍ର ଉନ୍ମୋଚନ କରିଛନ୍ତି ରାଷ୍ଟ୍ରୀୟ କାମଧେନୁ ଆୟୋଗ ଅଧ୍ୟକ୍ଷ ବଲ୍ଲଭଭାଇ କାଥିରିଆ। ଏହି ଚିପ୍ ବ୍ୟବହାର କରିଲେ ମୋବାଇଲ୍ ହ୍ୟାଣ୍ଡସେଟ୍ର ବିକିରଣ ହ୍ରାସ ପାଇବ ବୋଲି ସେ ଦାବି କରିଛନ୍ତି। ଏପରିକି ଏହା ରୋଗରୁ ମଧ୍ୟ ସୁରକ୍ଷା ଦେବ ବୋଲି ସେ କହିଛନ୍ତି। କାମଧେନୁ ଦୀପାବଳି ଅଭିଯାନ ଆରମ୍ଭ ଘୋଷଣା ଅବସରରେ ସେ ଏହା କହିଛନ୍ତି। ଦେଶରେ ଗାଈ ଗୋବରରେ ପ୍ରସ୍ତୁତ ସାମଗ୍ରୀର ପ୍ରୋତ୍ସାହନ ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି। ଗାଈ ଗୋବର ସମସ୍ତଙ୍କୁ ସୁରକ୍ଷା ଦେବ। ଏହା ବିକିରଣ ନିରୋଧୀ। ବୈଜ୍ଞାନିକ ଦୃଷ୍ଟିରୁ ଏହା ପ୍ରମାଣିତ ବୋଲି ସେ କହିଛନ୍ତି। ଏହି ଚିପ୍ର ନାମ ଗୌସତ୍ତ୍ବ କବଚ ରଖାଯାଇଛି। ରାଜକୋଟସ୍ଥିତ ଶ୍ରୀଜୀ ଗୋଶାଳାରେ ଏହାର ନିର୍ମାଣ କରାଯାଇଛି। ଚଳିତ ପାର୍ବଣ ସମୟରେ ଗାଈ ଗୋବରରେ ନିର୍ମିତ ବିଭିନ୍ନ ଉତ୍ପାଦର ବ୍ୟବହାରକୁ ଉତ୍ସାହିତ କରିବା ପାଇଁ ଉକ୍ତ ଆୟୋଗ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିଛି।
The post ବିକିରଣ କମାଇବ ଗୋବରରେ ତିଆରି ଚିପ୍ first appeared on Sambad.
from ବାଣିଜ୍ୟ – Sambad https://ift.tt/30ZNeIf
0 Comments