ଭାରତରେ ଆସନ୍ତା ୫ ବର୍ଷ ମଧ୍ୟରେ ୩.୭ ଲକ୍ଷ କୋଟି ଫୋନ ନିର୍ମାଣ କରିବ ସାମସଙ୍ଗ !

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ନିର୍ମାତା ସାମସଙ୍ଗ ଆସନ୍ତା ୫ ବର୍ଷ ମଧ୍ୟରେ ଭାରତରେ ୩.୭ ଲକ୍ଷ କୋଟି ମୂଲ୍ୟର ସ୍ମାର୍ଟଫୋନ୍ ନିର୍ମାଣ କରିବାକୁ ଯୋଜନା କରୁଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ କମ୍ପାନୀ ଏହାର ଯୋଜନା ବିଷୟରେ ଆଲୋଚନା କରିଛି। ଏହି ଆଲୋଚନା ଅନୁଯାୟୀ, ସାମସଙ୍ଗ ଉତ୍ପାଦନ ଲିଙ୍କେଡ୍ ଇନସେଣ୍ଟିଭ୍ (ପିଏଲଆଇ) ସ୍କିମ୍ ଅନ୍ତର୍ଗତ ୟୁନିଟ୍ ପିଛା ୧୫୦୦୦ ରୁ ଅଧିକ ମୂଲ୍ୟର ୨.୨ ଲକ୍ଷ କୋଟି ଟଙ୍କାର ସ୍ମାର୍ଟଫୋନ ନିର୍ମାଣ କରିବ।

ଜଣେ ଅଧିକାରୀ ପିଟିଆଇକୁ କହିଛନ୍ତି, ‘ସାମସଙ୍ଗ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୫୦ ବିଲିୟନ ଡଲାର (୩.୭ ଲକ୍ଷ କୋଟି) ମୋବାଇଲ୍ ଫୋନ୍ ନିର୍ମାଣ କରିବାକୁ ଯୋଜନା କରୁଛି। ଏଥିମଧ୍ୟରୁ ୩୦ ବିଲିୟନ ଡଲାରର ସ୍ମାର୍ଟଫୋନ୍ ପିଏଲଆଇ ଯୋଜନା ଅଧୀନରେ ଉତ୍ପାଦିତ ହେବ | ସରକାର ଆଶା କରୁଛନ୍ତି ଯେ ଆସନ୍ତା ୫ ବର୍ଷ ମଧ୍ୟରେ ଭାରତରେ ୧୧ ଲକ୍ଷ କୋଟି ଟଙ୍କାର ମୋବାଇଲ୍ ଫୋନ୍ ତିଆରି ହେବ। ଇଣ୍ଡିଆ ସେଲୁଲାର ଆଣ୍ଡ ଇଲେକ୍ଟ୍ରୋନିକ୍ସ ଆସୋସିଏସନ୍ (ଆଇସିଇଏ) ର ଆକଳନ ଅନୁଯାୟୀ ମୋବାଇଲ୍ ଫୋନ୍ କମ୍ପାନୀଗୁଡିକ ଏହି ଉପକରଣର ଉତ୍ପାଦନକୁ ପିଏଲଆଇ ଯୋଜନା ଅଧୀନରେ ୨୭.୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିବେ।

ବର୍ତ୍ତମାନ ଭାରତରେ ବାର୍ଷିକ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ମୋବାଇଲ୍ ଫୋନ୍ ତିଆରି ହେଉଛି। ଏହି କାରଣରୁ ପ୍ରାୟ ୫-୬ ଲକ୍ଷ ଲୋକ ଚାକିରି ପାଇଛନ୍ତି। ୨୦୨୫ ସୁଦ୍ଧା ଏହି କ୍ଷେତ୍ରରେ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ଏବଂ ୧୦ ଲକ୍ଷ କୋଟି ଟଙ୍କାର ରାଜସ୍ୱ ହାସଲ କରିବାକୁ ସରକାର ଆଶା କରୁଛନ୍ତି। ସାମସଙ୍ଗ ଏହାକୁ ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପର ଏକ ଅଂଶ ଭାବରେ ପ୍ରସ୍ତୁତ କରିବ। ଏଠାରେ ସୂଚନା ଥାଉ କି ସାମସଙ୍ଗ ଉତ୍ତରପ୍ରଦେଶରେ ବିଶ୍ୱର ସର୍ବବୃହତ ମୋବାଇଲ୍ ଫୋନ୍ କାରଖାନା ପ୍ରତିଷ୍ଠା କରିଛି ଯାହା ବାର୍ଷିକ ହ୍ୟାଣ୍ଡସେଟ୍ ଉତ୍ପାଦନ କ୍ଷମତା ୧୨ କୋଟି ୟୁନିଟ୍ ପର୍ଯ୍ୟନ୍ତ ରହିଛି।



from ବାଣିଜ୍ୟ – Sambad https://ift.tt/317Chot

Post a Comment

0 Comments