ନିଷ୍କ୍ରିୟ ପଲିସି ସକ୍ରିୟ କରିବା ଲାଗି ବିଳମ୍ବ ଫି’ ଉପରେ ଏଲ୍‌ଆଇସିର ରିହାତି

ମୁମ୍ବାଇ: ଗ୍ରାହକମାନଙ୍କ ନିଷ୍କ୍ରିୟ ହୋଇଯାଇଥିବା ପଲିସିକୁ ପୁଣି ସକ୍ରିୟ କରିବା ଲାଗି ଭାରତୀୟ ଜୀବନବୀମା ନିଗମ (ଏଲ୍‌ଆଇସି) ପକ୍ଷରୁ ଆକର୍ଷଣୀୟ ରିହାତି ଅଫର ଘୋଷଣା କରାଯାଇଛି। କୌଣସି ଅଭାବନୀୟ ସ୍ଥିତି ପାଇଁ ପ୍ରିମିୟମ ଦେଇପାରିବ ନଥିବା କାରଣରୁ ଯେଉଁ ଗ୍ରାହକମାନଙ୍କ ପଲିସି ନିଷ୍କ୍ରିୟ ହୋଇଯାଇଛି ତାହାକୁ ପୁନର୍ବାର ଚାଲୁ କରିବା ଲାଗି ଗ୍ରାହକମାନଙ୍କୁ ସୁଯୋଗ ଦେବା ପାଇଁ କଂପାନି ଏହି ଅଫର ଆଣିଛି। ଏଥିପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଚଳିତ ମାସ ୧୦ରୁ ଅକ୍ଟୋବର ୯ ପର୍ଯ୍ୟନ୍ତ ଜାରି ରହିବ। ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ମେଡିକାଲ୍ ଆବଶ୍ୟକତା ଉପରେ କୌଣସି ରିହାତି ଦିଆଯିବ ନାହିଁ। କେବଳ ବିଳମ୍ବ ଫି’ ଉପରେ ଏହି ରିହାତିର ଲାଭ ମିଳିବ।

ଏହି ସ୍ବତନ୍ତ୍ର ଅଭିଯାନରେ କେବଳ ଯୋଗ୍ୟ ପଲିସିଗୁଡ଼ିକର ପୁନରୁଦ୍ଧାର କରାଯିବ। ପ୍ରିମିୟମ୍ ‌ପେମେଣ୍ଟ୍‌ ବନ୍ଦ ହେବାର ପାଞ୍ଚ ବର୍ଷ ଭିତରେ ପଲିସିକୁ ସକ୍ରିୟ କରାଯାଇପାରିବ। ଟର୍ମ ଆସ୍ୟୁରାନ୍ସ, ସ୍ବାସ୍ଥ୍ୟ ବୀମା, ବିବିଧ ପ୍ରକାର ବିପଦ ସମ୍ପର୍କିତ ବୀମା ପଲିସି ଉପରେ ଏହି ରିହାତିର ଲାଭ ମିଳିବ ନାହିଁ। ନିଷ୍କ୍ରିୟ ହୋଇଥିବା ପଲିସି ସକ୍ରିୟ କରିବା ଲାଗି ବିଳମ୍ବ ଫି’ ଉପରେ ସର୍ବାଧିକ ୨୫୦୦ ଟଙ୍କାର ରିହାତି ମିଳିବ। ଯଦି ମିଳିବାକୁ ଥିବା ପ୍ରିମିୟମ୍ ରାଶି ୧,୦୦,୦୦୦ ଟଙ୍କାରୁ କମ୍ ହୋଇଥିବ ତେବେ ବିଳମ୍ବ ଫି’ ଉପରେ ୨୦ ପ୍ରତିଶତ ଅର୍ଥାତ ସର୍ବାଧିକ ୧୫୦୦ ଟଙ୍କାର ରିହାତି ମିଳିବ। ମିଳିବାକୁ ଥିବା ପ୍ରିମିୟମ୍ ଏକ ଲକ୍ଷରୁ ତିନି ଲକ୍ଷ ଟଙ୍କା ଭିତରେ ହୋଇଥିଲେ ୨୫% ବା ସର୍ବାଧିକ ୨୦୦୦ ଟଙ୍କାର ରିହାତି ବିଳମ୍ବ ଫି’ ଉପରେ ମିଳିବ। ତିନି ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ପ୍ରିମିୟମ ମିଳିବାକୁ ଥିଲେ ବିଳମ୍ବ ଫି’ ଉପରେ ୩୦% ବା ସର୍ବାଧିକ ୨୫୦୦ ଟଙ୍କାର ରିହାତି ମିଳିବ।



from ବାଣିଜ୍ୟ – Sambad https://ift.tt/2XNKGLG

Post a Comment

0 Comments