ଟ୍ରାକ୍ ଯାଞ୍ଚ ପାଇଁ ରେଳବାଇର ସ୍ବତନ୍ତ୍ର ସାଇକଲ୍‌‌

ନୂଆଦିଲ୍ଲି: ଟ୍ରାକ୍‌ ଯାଞ୍ଚ ଲାଗି ରେଳବାଇ ପକ୍ଷରୁ ମାତ୍ର ୩୦୦୦ ଟଙ୍କାରେ ସ୍ବତନ୍ତ୍ର ସାଇକଲ୍ ବିକଶିତ କରାଯାଇଛି। ଟ୍ରାକ୍‌ର ନିରୀକ୍ଷଣ ଓ ମରାମତି କରିବାରେ ଏହା ବିଶେଷ ସହାୟକ ହେବ। ଏହି ସାଇକଲ୍‌ରେ ଅତି ସହଜରେ ଚାରି ଜଣ ବ୍ୟକ୍ତି ଯାତ୍ରା କରିପାରିବେ। ଫଳରେ ମରାମତି ପାଇଁ ଲାଗୁ ଥିବା ସମୟ ହ୍ରାସ ପାଇବ। ନର୍ଥ ସେଣ୍ଟ୍ରାଲ୍‌ ରେଲ୍‌ୱେ ପକ୍ଷରୁ ଏହି ସାଇକଲ୍ ବିକଶିତ କରାଯାଇଛି। ଅତ୍ୟଧିକ ବର୍ଷା ପରେ ବ୍ରିଜ୍ ପାଖ ଅଞ୍ଚଳ ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକର ଯାଞ୍ଚ ପାଇଁ ରେଳବାଇ କର୍ମଚାରୀମାନେ ଏହି ସାଇକଲ୍ ମାଧ୍ୟମରେ ସେଠାରେ ଶୀଘ୍ର ପହଞ୍ଚିପାରିବେ।



from ବାଣିଜ୍ୟ – Sambad https://ift.tt/3iV9GIQ

Post a Comment

0 Comments