ଭଲ ବର୍ଷା ପାଇଁ ୭% ଅଧିକ ଜମିରେ ଚାଷ

ନୂଆଦିଲ୍ଲୀ : ଚଳିତ ବର୍ଷ ମୌସୁମୀ ବର୍ଷା ଭଲ ରହିବାରୁ ଗତବର୍ଷ ତୁଳନାରେ ଏବର୍ଷ ସାତ ପ୍ରତିଶତ ଅଧିକ ଜମିରେ ଚାଷ କାର୍ଯ୍ୟ ହୋଇଛି। ତେଣୁ ଏଥର ରେକର୍ଡ ପରିମାଣର ଫସଲ ଅମଳ ହେବ ବୋଲି ଆଶା କରାଯାଉଛି। ୨୦୨୦-୨୧ରେ ରେକର୍ଡ ୨୯୮.୩୨ ନିୟୁତ ଟନ୍ ଫସଲ ଅମଳ ହେବ ବୋଲି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି। ଗତବର୍ଚଷ ଦେଶରେ ୨୯୫.୬୭ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଅମଳ ହୋଇଥିଲା। ଚଳିତ ବର୍ଷ ଚାଷର ବିଶେଷତ୍ବ ହେଉଛି ସବୁ ପ୍ରକାର ଫସଲକୁ ଅଧିକ ଜମିରେ ଚାଷ କରାଯାଇଛି।

କେନ୍ଦ୍ର କୃଷି ମନ୍ତ୍ରଣାଳୟ ତଥ୍ୟ ଅନୁସାରେ, ଚଳିତ ବର୍ଷ ୧୦୮.୨ ନିୟୁତ ହେକ୍ଟର ଜମିରେ ଧାନ, କପା, ମକା, ସୋୟାବିନ ଓ ଆଖୁ ଚାଷ କରାଯାଇଛି। ଜୁନ୍ ୧ରୁ ଚାଷ କାମ ଆରମ୍ଭ ହୋଇଛି। ଧାନ ଚାଷ ୩୮.୯ ନିୟୁତ ହେକ୍ଟର କରାଯାଇଛି। ଗତବର୍ଷ ତୁଳନନାରେ ୩ ନିୟୁତ ଏକରରୁ ଅଧିକ ଜମ‌ିରେ ଧାନ ଚାଷ କରାଯାଇଛି। ସେହିପରି ତୈଳବୀଜ ଚାଷ ୧୯.୩ ହେକ୍ଟର ଜମିରେ କରାଯାଇଛି। ଗତବର୍ଷ ୧୭ ନିୟୁତ ହେକ୍ଟର ଜମିରେ ତୈଳବୀଜ ଚାଷ କରାଯାଇଥିଲା। ୧୨ ନିୟୁତ ହେକ୍ଟର ଜମିରେ ‌ସୋୟାବିନ୍ ଓ ୫.୨ ନିୟୁତ ହେକ୍ଟର ଜମିରେ ଆଖୁ ଚାଷ କରାଯାଇଛି। ସେହିପରି, ୧୩.୪ ନିୟୁତ ହେକ୍ଟର ଜମିରେ ପୁଷ୍ଟିଯୁକ୍ତ ଡାଲି ଚାଷ କରାଯାଇଛି। ଗତବର୍ଷ ୧୨.୯ ନିୟୁତ ହେକ୍ଟର ଜମିରେ ଡାଲି ଚାଷ ହୋଇଥିଲା। ଏଥର ୮ ନିୟୁତ ହେକ୍ଟରରେ ମକା ଚାଷ କରାଯାଇଛି। ୧୨.୮ ‌ନିୟୁତ ହେକ୍ଟର ଜମିରେ କପା ଚାଷ ହୋଇଛି।



from ବାଣିଜ୍ୟ – Sambad https://ift.tt/3jx964F

Post a Comment

0 Comments