ନିରବଙ୍କ ପତ୍ନୀଙ୍କ ବିରୋଧରେ ରେଡ କର୍ଣ୍ଣର ନୋଟିସ

ନୁଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପ୍ରାୟ ୧୪ ହଜାର କୋଟି ଟଙ୍କାର ଋଣ ଜାଲିଆତି ଘଟଣାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀଙ୍କ ପତ୍ନୀ ଆମି ମୋଦୀଙ୍କ ବିରୋଧରେ ଇଣ୍ଟରପୋଲ୍ ରେଡ କର୍ଣ୍ଣର ନୋଟିସ ଜାରି କରିଛି। ଭାରତରେ ଆମି ମୋଦୀଙ୍କ ବିରୋଧରେ ହୋଇଥିବା ମନି ଲଣ୍ଡରିଂ ମାମଲା ପାଇଁ ଏହି ଗିରଫ ନୋଟିସ ଜାରି ହୋଇଛି। ଇଣ୍ଟରପୋଲର ଏହି ନୋଟିସରେ ବିଭିନ୍ନ ଦେଶର ପୁଲିସକୁ ଆମିକୁ ଠାବ କରି ଗିରଫ କରିବା ପାଇଁ ଅନୁରୋଧ କରାଯାଇଛି। ଉଲ୍ଲେଖଯୋଗ୍ୟ, ପିଏନବି ଜାଲିଆତି ମାମଲା ପଦାକୁ ଆସିବାର କିଛିଦିନ ପୂର୍ବରୁ ନିରବଙ୍କ ସମେତ ପତ୍ନୀ ଆମି ଓ ଅନ୍ୟମାନେ ଦେଶଛାଡ଼ି ଫେରାର ହୋଇଯାଇଛନ୍ତି। ତେବେ ନିରବଙ୍କୁ ଗତବର୍ଷ ଲଣ୍ଡନ ‌ପୁଲିସ ଗିରଫ କରିଥିବାବେଳେ ଆମି ଏବେ ବି ଫେରାର ଅଛନ୍ତି।



from ବାଣିଜ୍ୟ – Sambad https://ift.tt/3jj2pmB

Post a Comment

0 Comments