‘ଖଦି’ ନାମକୁ ଜାଲିଆତି କରି ବ୍ୟବହାର ଅଭିଯୋଗରେ ଦୁଇଟି କମ୍ପାନୀକୁ ନୋଟିସ ପଠାଇଲେ ଖଦି କମିଶନ

ନୂଆଦିଲ୍ଲୀ: ‘ଖଦି’ ବ୍ରାଣ୍ଡର ଅନଧିକୃତ ତଥା ଜାଲିଆତି ପାଇଁ ଖଦି ଏସେନିସିଆଲ ଏବଂ ଖଦି ଗ୍ଲୋବାଲ ନାମକ ଦୁଇଟି କମ୍ପାନୀକୁ ଖଦି ଏବଂ ଗ୍ରାମ ଶିଳ୍ପ ଆୟୋଗ (କେଭିଆଇସି) ନୋଟିସ ଜାରି କରିଛି। ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଏହି ଦୁଇଟି କମ୍ପାନୀ ଅନଲାଇନରେ ପ୍ରସାଧନ ସାମଗ୍ରୀ ବିକ୍ରି କରନ୍ତି। ଏଭଳି ପରିସ୍ଥିତିରେ ଗ୍ରାହକଙ୍କୁ ଖଦି ନାମରେ ବିଭ୍ରାନ୍ତ କରାଯାଉଛି। କେଭିଆଇସି ଉଭୟ କମ୍ପାନୀକୁ ତୁରନ୍ତ ସେମାନଙ୍କ ଉତ୍ପାଦ ବିକ୍ରୟ ଏବଂ ମାର୍କେଟିଂ ବନ୍ଦ କରିବାକୁ କହିଛି।

ଏହା ବ୍ୟତୀତ ଉଭୟ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ www.khadiessentials.com ଏବଂ https://ift.tt/2QgP8y8 କୁ ମଧ୍ୟ ଡୋମେନ୍ ବନ୍ଦ ଏବଂ ବାତିଲ୍ କରିବାକୁ କୁହାଯାଇଛି। କେଭିଆଇସି ଉଭୟ କମ୍ପାନୀକୁ ଟ୍ୱିଟର, ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ପିଣ୍ଟ୍ରେଷ୍ଟ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ବନ୍ଦ କରିବାକୁ କହିଛି।

କେଭିଆଇସି ସ୍ପଷ୍ଟ ଭାବେ କହିଛି ଯେ ସାତ ଦିନ ମଧ୍ୟରେ ଏହି ନୋଟିସକୁ ପାଳନ ନକଲେ ଦୁଇ କମ୍ପାନୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗତ କିଛି ବର୍ଷ ମଧ୍ୟରେ, କେଭିଆଇସି ଏହାର ବ୍ରାଣ୍ଡକୁ ନେଇ ଅଧିକ ସତର୍କ ହୋଇଛି | ୧୦୦୦ ରୁ ଅଧିକ ବେସରକାରୀ କମ୍ପାନୀକୁ ନୋଟିସ ଜାରି କରାଯାଇଛି। ସେହିପରି ଫାବଇଣ୍ଡିଆ ବିରୋଧରେ ୫୦୦ କୋଟି ମାମଲା ଦାୟର କରିଛି ଯାହା ବର୍ତ୍ତମାନ ମୁମ୍ବାଇ ହାଇକୋର୍ଟରେ ବିଚାରାଧୀନ ଅଛି।



from ବାଣିଜ୍ୟ – Sambad https://ift.tt/2Qg0CSJ

Post a Comment

0 Comments