ଇଟାଲି, ବ୍ରାଜିଲ, ରୁଷିଆ, କାନାଡା ଜିଡିପିଠୁ ଆପଲ୍‌ ବଡ଼

ନୂଆଦିଲ୍ଲୀ: ଆଇଫୋନ୍ ନିର୍ମାଣ କରୁଥିବା ଆମେରିକୀୟ କଂପାନି ଆପଲ୍‌ର ବ୍ୟାବସାୟିକ ସାମ୍ରାଜ୍ୟ ନିକଟରେ ଦୁଇ ଟ୍ରିଲିଅନ୍ ଡଲାର କ୍ଲବ୍‌ରେ ପ୍ରବେଶ କରିଛି। ଭାରତୀୟ ମୁଦ୍ରା ଅନୁସାରେ କଂପାନିର ମୂଲ୍ୟ ଏବେ ହେଉଛି ୧,୪୯,୮୫,୮୬୦ କୋଟି ଟଙ୍କା। ଆପଲ୍‌ର ସାମ୍ରାଜ୍ୟ ଏବେ ଭାରତ ଜିଡିପିର ଦୁଇ ତୃତୀୟାଂଶ ସହ ପ୍ରାୟ ସମାନ। ସାଉଦି ଆରବର ତୈଳ କଂପାନି ସାଉଦି ଆରାମ୍‌କୋ ପରେ ଆପଲ୍‌ ହେଉଛି ବିଶ୍ବର ଦ୍ବିତୀୟ ବଡ଼ କଂପାନି।

୧୯୭୬ରେ ଷ୍ଟିଭ୍ ଜବସ୍‌, ଷ୍ଟିଭ୍ ୱଜନିଆକ୍ ଓ ରୋନାଲ୍ଡ ୱେନ୍ ଏହାକୁ ସ୍ଥାପନ କରିଥିଲେ। ଏକ ଟ୍ରିଲିଅନ୍ ଡଲାରର କଂପାନି ହେବା ଲାଗି ଏହାକୁ ୪୨ ବର୍ଷ ସମୟ ଲାଗିଥିଲା। ୨୦୧୮ରେ କଂପାନି ସେହି ମାନ୍ୟତା ପାଇଥିଲା। ଏହାର ଆଉ ମାତ୍ର ଦୁଇ ବର୍ଷ ଭିତରେ କଂପାନି ନିଜ ମୂଲ୍ୟକୁ ଆଉ ଏକ ଟ୍ରିଲିଅନ୍ ଡଲାର ବଢ଼ାଇବାରେ ସକ୍ଷମ ହୋଇଛି। ଆପଲ୍‌ର ମୂଲ୍ୟ ଏବେ ପାକିସ୍ତାନ ଜିଡିପିର ସାତ ଗୁଣ ସହ ସମାନ ହୋଇଥିବା ବେଳେ ଇଟାଲି, ବ୍ରାଜିଲ, କାନାଡା, ରୁଷିଆ, ସ୍ପେନ୍ ଓ ଅଷ୍ଟ୍ରେଲିଆର ଜିଡିପି ଠାରୁ ବଡ଼।



from ବାଣିଜ୍ୟ – Sambad https://ift.tt/2YtskzV

Post a Comment

0 Comments