
ନୂଆଦିଲ୍ଲୀ: ପଞ୍ଚମ ପିଢ଼ିର ମୋବାଇଲ୍ ସେବା ପ୍ରଦାନ କରୁଥିବା ରାଷ୍ଟ୍ରଗୁଡ଼ିକ ତାଲିକାରେ ଖୁବ୍ଶୀଘ୍ର ଭାରତର ନାମ ସାମିଲ ହେବ। ଆସନ୍ତା ମାସ ଶେଷ ସୁଦ୍ଧା ୫ଜି ମୋବାଇଲ୍ ସେବାର ପରୀକ୍ଷଣ ଆରମ୍ଭ କରିବା ଲାଗି ଯୋଜନା ରହିଛି। ଏହି ପରୀକ୍ଷଣ ପାଇଁ ସରକାର ଟେଲିକମ୍ କଂପାନିଗୁଡ଼ିକୁ ୫ଜି ସ୍ପେକ୍ଟ୍ରମ ଦେବେ। ତେବେ ଏହି ପ୍ରକ୍ରିୟାରେ ଚୀନ୍ କଂପାନିକୁ ସାମିଲ କରିବା ଉପରେ ସରକାର କଟକଣା ଲଗାଇଛନ୍ତି। କେବଳ ତିନିଟି ବିଶ୍ବସ୍ତରୀୟ କଂପାନି- ସାମସଙ୍ଗ୍, ଏରିକ୍ସନ ଓ ନୋକିଆ ଠାରୁ ଟେଲିକମ୍ କଂପାନିଗୁଡ଼ିକ ୫ଜି ଉପକରଣ ମଗାଇପାରିବେ। ଚୀନ୍ର କଂପାନି ହୁୱେଇ ଓ ଜେଡ୍ଟିଇ ଉପରେ କଟକଣା ଜାରି କରାଯାଇଛି। ଟେଲିକମ୍ କଂପାନିଗୁଡ଼ିକ କମ୍ ଦାମ୍ରେ ୫ଜି ସ୍ପେକ୍ଟ୍ରମ୍ ଦିଆଯିବ ବୋଲି ଜଣାପଡ଼ିଛି।
from ବାଣିଜ୍ୟ – Sambad https://ift.tt/3iQWqVZ
0 Comments