ପାଣ୍ଠି ପାଇଁ କେରଳର ଧନୀ ମନ୍ଦିର ସୁନା ବନ୍ଧକ ରଖିବେ

ବେଙ୍ଗାଲୁରୁ : କରୋନା ମହାମାରୀ ପ୍ରଭାବରେ କେରଳର ମନ୍ଦିରଗୁଡ଼ିକ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ପାଣ୍ଠି ଯୋଗାଡ଼ କରିବା ଲାଗି ସେମାନେ ନିଜ ପାଖରେ ଥିବା ସୁନା ବନ୍ଧକ ରଖିବା ବିଷୟରେ ବିଚାର କରୁଛନ୍ତି। ଟ୍ରାଭାଙ୍କୋର ଦେବାସ୍ବମ ବୋର୍ଡ ସହ ଯୋଡ଼ି ହୋଇଥିବା କେରଳର ୧୨୪୭ରୁ ଅଧିକ ମନ୍ଦିର ଏଭଳି ଯୋଜନା ରଖିଛନ୍ତି। ସୁନା ବନ୍ଧକ ରଖି ଋଣ ଦେବାକୁ ବୋର୍ଡ ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ କୁହାଯିବ। ସୁନାକୁ ସେମାନେ ସରକାରଙ୍କ ଗୋଲ୍ଡ ମନେଟାଇଜେସନ୍ ସ୍କିମ୍‌ରେ ମଧ୍ୟ ରଖିବାକୁ ପ୍ରସ୍ତୁତ ଅଛନ୍ତି। ଏହି ବୋର୍ଡ ଅଧୀନରେ ସବରିମାଳା ଭଳି ଧନୀ ମନ୍ଦିର ମଧ୍ୟ ରହିଛି। ବୋର୍ଡର ସଭାପତି ଏନ୍ ବାସୁ କହିଛନ୍ତି, ପାଞ୍ଚ ମାସ ଧରି ମନ୍ଦିର ବନ୍ଦ ରହିବାରୁ ଆମର ପ୍ରାୟ ୩୦୦ କୋଟି କ୍ଷତି ହୋଇଛି। ଆମେ ଏବେ ସୁନା ବନ୍ଧକ ରଖି ଋଣ ଆଣିବା ଉପରେ ବିଚାର କରୁଛୁ। ଗୋଲ୍ଡ ମନେଟାଇଜେସନ୍ ସ୍କିମ୍ ଓ ସୁନା ବନ୍ଧକ ଋଣ ସମ୍ପର୍କରେ ବୋର୍ଡ ପକ୍ଷରୁ ଅର୍ଥ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ ଲୋଡ଼ାଯାଇଛି। ଟ୍ରଷ୍ଟ୍‌ ପକ୍ଷରୁ ପ୍ରାୟ ୧୦୦୦ କେଜି ସୁନା ବନ୍ଧକ ରଖିବା ଉପରେ ବିଚାର କରାଯାଉଛି।



from ବାଣିଜ୍ୟ – Sambad https://ift.tt/3jn5GRM

Post a Comment

0 Comments