ଟେସ୍‌ଲା ସିଇଓ ବିଶ୍ବର ଚତୁର୍ଥ ବଡ଼ ଧନୀ

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଯାନ ନିର୍ମାତା ଟେସ୍‌ଲା ଓ ମହାକାଶ କଂପାନି ସ୍ପେସ୍‌ଏକ୍ସର ସିଇଓ ଏଲନ୍ ମସ୍କ ବିଶ୍ବର ଚତୁର୍ଥ ବଡ଼ ଧନୀ ଭାବେ ଉଭା ହୋଇଛନ୍ତି। ଟେସ୍‌ଲାର ସେୟାର ମୂଲ୍ୟରେ ଗୋଟିଏ ଦିନରେ ୧୧ ପ୍ରତିଶତ ବୃଦ୍ଧି ହେବାରୁ ତାଙ୍କ ସମ୍ପତ୍ତି ପରିମାଣ ୭୭୮ କୋଟି ଡଲାର ବୃଦ୍ଧି ପାଇ ୮୪୮୦ ଡଲାରେ ପହଞ୍ଚିଛି। ଧନୀ ତାଲିକାରେ ସେ ବର୍ନାର୍ଡ ଆର୍ନଲ୍ଟ, ମୁକେଶ ଅମ୍ବାନି ଓ ୱାରେନ୍ ବଫେଙ୍କୁ ପଛରେ ପକାଇ ଦେଇଛନ୍ତି। ଏହି ତାଲିକାରେ ଆମାଜନର ମୁଖ୍ୟ ଜେଫ୍ ବେଜୋସ୍ ଏକ ନମ୍ବର, ମାଇକ୍ରୋସଫ୍ଟର ମୁଖ୍ୟ ବିଲ୍‌ ଗେଟସ୍‌ ଦ୍ବିତୀୟ ଓ ଫେସବୁକ୍ ମୁଖ୍ୟ ମାର୍କ ଜୁକରବର୍ଗ ତୃତୀୟ ସ୍ଥାନରେ ଅଛନ୍ତି।



from ବାଣିଜ୍ୟ – Sambad https://ift.tt/3h9nBuH

Post a Comment

0 Comments