ଷ୍ଟେଟ୍‌ ବ୍ୟାଙ୍କ ଖୋଲିଲା ୨୮ ଜିଲ୍ଲା ସେଲସ୍‌ ହବ୍

ଭୁବନେଶ୍ବର : ଆଜି ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଭୁବନେଶ୍ବର ଓ କଟକରେ ଦୁଇଟି ନୂଆ ଶାଖା ଓ ୨୮ଟି ଜିଲ୍ଲା ସେଲସ୍‌ ହବ୍‌କୁ ଉଦ୍‌ଘାଟନ କରିଛନ୍ତି। ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଗୁଡ଼ିକୁ ବିନା ସୁଧରେ ଋଣ ଦେବା ଲାଗି ସେ ଏହି ଅବସରରେ ବ୍ୟାଙ୍କଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ବ୍ୟାଙ୍କ ପହଞ୍ଚିନଥିବା ଅଞ୍ଚଳରେ ଅଧିକରୁ ଅଧିକ ଶାଖା ଖୋଲିବା ଲାଗି ସେ ବ୍ୟାଙ୍କକୁ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଷ୍ଟେଟ୍‌ ବ୍ୟାଙ୍କର ସିଜିଏମ୍ ରୁମା ଦେ ଓ ଅନ୍ୟମାନେ ଯୋଡ଼ି ହୋଇଥିଲେ। ଏ ସମ୍ପର୍କରେ ‌ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀମତୀ ଦେ କହିଛନ୍ତି, ଆଜି ବ୍ୟାଙ୍କ ତରଫରୁ ରାଜ୍ୟରେ ୫୧ଟି ନୂଆ ଗ୍ରାହକ ସେବା ପଏଣ୍ଟ୍‌ ମଧ୍ୟ ଖୋଲାଯାଇଛି। ଖୋର୍ଦ୍ଧା, ଯାଜପୁର ରୋଡ୍‌, କେନ୍ଦୁଝର, ଝାରସୁଗୁଡ଼ା, ବଲାଙ୍ଗୀର, ଭବାନୀପାଟଣା ଓ ଫୁଲବାଣୀରେ ୭ଟି ଉତ୍ସର୍ଗୀକୃତ ଏଫ୍‌ଆଇ ଆଣ୍ଡ୍‌ ଏମ୍ଏମ୍ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲାଯାଇଛି। ଆଜି ବ୍ୟାଙ୍କ ପକ୍ଷରୁ ୫୦୧ ସ୍ବୟଂ ସହାୟକ ଗୋଷ୍ଠୀକୁ ଆର୍ଥିକ ସହାୟତା ଦିଆଯାଇଛି। ଏହି ଅବସରରେ ବ୍ୟାଙ୍କର ମହାପ୍ରବନ୍ଧକ ସିଏଲ୍‌ଏନ୍‌ ଚାରିୟୁଲୁ, ବିଜୟ କୁଜୁର ଓ ଉପ ମହାପ୍ରବନ୍ଧକ (ଏଫ୍‌ଆଇ ଆଣ୍ଡ୍‌ ଏମ୍ଏମ୍) ଧ୍ରୁବ ଚରଣ ବଳ ଉପସ୍ଥିତ ଥିଲେ।



from ବାଣିଜ୍ୟ – Sambad https://ift.tt/2PQKY01

Post a Comment

0 Comments