ଚତୁର୍ଥ ଦିନ ପାଇଁ କମିଲା ସୁନା ଦର

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ୪ ଦିନ ହେଲା ସୁନା ଓ ରୁପା ଦର ହ୍ରାସ ପାଉଛି। ଗତ ୪ ଦିନ ମଧ୍ୟରେ ସୁନା ଦର ୧୦ ଗ୍ରାମ ପିଛା ୧୭୦୦ ଟଙ୍କା କମିଯାଇଛି। ଆମେରିକା ସରକାର ‌କରୋନା ରୋଗୀଙ୍କ ପାଇଁ ପ୍ଲାଜମା ଚିକିତ୍ସାକୁ ଅନୁମତି ଦେବା ପରେ ଏହାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ସୁନା ଓ ରୁପା ବଜାର ଉପରେ ପଡ଼ିଛି। ନିବେଶକମାନେ ରିସ୍କ ନେଇ ପୁଞ୍ଜି ବଜାରରେ ନିବେଶ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଫଳରେ ସୁନା ଓ ରୁପା ଦାମ ହ୍ରାସ ପାଇଛି।

ସେପ୍ଟେମ୍ବର ମାସରେ ପ୍ରଦାନ କରାଯିବାକୁ ଥିବା ସୁନା ମୂଲ୍ୟ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଆଜି ୧୦ ଗ୍ରାମ ପିଛା ୦.୩ ପ୍ରତିଶତ ହ୍ରାସ ପାଇ ୫୧,୮୬୫ ଟଙ୍କାକୁ ଖସିଆସିଛି। ସେହିଭଳି କିଲୋଗ୍ରାମ ପିଛା ରୁପା ଦର ଏମସିଏକ୍ସରେ ପାଖାପାଖି ୧ ପ୍ରତିଶତ ହ୍ରାସ ଘଟି ୬୬୪୨୬ ଟଙ୍କା ରହିଛି। ଗତ ୪ ଦିନ ମଧ୍ୟରେ ସୁନା ଦର ପ୍ରାୟ ୧୭୦୦ ଟଙ୍କା ତଳକୁ ଖସିଛି। ଚଳିତମାସ ୭ ତାରିଖରେ ସୁନା ଦର ରେକର୍ଡ ୫୬୨୦୦ ଟଙ୍କା ଛୁଇଁଥିଲା। ଏହାପରଠାରୁ ଇତିମଧ୍ୟରେ ସୁନା ଦର ୪୩୦୦ ଟଙ୍କାରୁ ଅଧିକ ହ୍ରାସ ପାଇଲାଣି।



from ବାଣିଜ୍ୟ – Sambad https://ift.tt/34HjAu7

Post a Comment

0 Comments