ରାଜ୍ୟ ଟେଲିକମ୍‌ ରାଜସ୍ବରେ ଜିଓର ଅଧା ଭାଗ

ଭୁବନେଶ୍ୱର : ରିଲାଏନ୍ସ ଜିଓ ରାଜ୍ୟରେ ପ୍ରଥମ ଦୂରସଂଚାର ଅପରେଟର ଭାବରେ ମୋଟ ରାଜସ୍ୱ କ୍ଷେତ୍ରରେ ୫୦%ରୁ ଅଧିକ ବଜାର ଅଂଶ ହାସଲ କରିଛି। ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ)ର ସଦ୍ୟତମ ଆର୍ଥିକ ରିପୋର୍ଟରୁ ଏହା ଜଣାପଡିଛି । ମଧ୍ୟ ପ୍ରଦେଶରେ ମଧ୍ୟ କଂପାନିର ରାଜସ୍ବ ବଜାର ଅଂଶ ୫୦ ପ୍ରତିଶତରୁ ଅଧିକ ରହିଛି। ୨୦୨୦ ଏପ୍ରିଲ-ଜୁନ୍ ତ୍ରୟମାସ ଅବଧିରେ ଓଡ଼ିଶାରେ ରିଲାଏନ୍ସ ଜିଓର ମୋଟ ରାଜସ୍ୱ ଆୟ ୧୫%ରୁ ଅଧିକ ବୃଦ୍ଧି ପାଇ ୫୯୪.୩ କୋଟି ଟଙ୍କା ହୋଇଛି । ଆଲୋଚ୍ୟ ତ୍ରୟମାସରେ ରାଜ୍ୟରେ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱ ସଂଗ୍ରହ ୪.୬% ବୃଦ୍ଧିପାଇ ୧୧୭୪ କୋଟି ଟଙ୍କା ହୋଇଛି । ଏହି ତ୍ରୟମାସରେ ବିଏସ୍ଏ‌ନ୍ଏ‌ଲ୍‌ର ମୋଟ ରାଜସ୍ୱରେ ପରିବର୍ତ୍ତନ ସମ୍ପର୍କରେ ରିପୋର୍ଟରେ କୌଣସି ତଥ୍ୟ ଉଲ୍ଲେଖ ନଥିବାବେଳେ ଏହି ସମୟରେ ଉଭୟ ଏୟାରଟେଲ ଏବଂ ଭୋଡାଫୋନର ମୋଟ ରାଜସ୍ୱ ଆୟରେ ହ୍ରାସ ଘଟିଥିବା କୁହାଯାଇଛି। ଓଡିଶାରେ ଏୟାରଟେଲର ମୋଟ ରାଜସ୍ୱ ଆୟ ୪୩୪ କୋଟି ଟଙ୍କା ଏବଂ ଭୋଡାଫୋନ୍‌ର ୮୪.୨ କୋଟି ଟଙ୍କାକୁ ହ୍ରାସ ପାଇଛି ।



from ବାଣିଜ୍ୟ – Sambad https://ift.tt/3hFsMTl

Post a Comment

0 Comments