ଜାପାନ ନିବେଶକଙ୍କ ପାଇଁ ଓଡ଼ିଶାରେ ସ୍ବତନ୍ତ୍ର ମାନୁଫାକ୍‌ଚରିଂ କ୍ଲଷ୍ଟର୍‌

ଭୁବନେଶ୍ବର: ଜାପାନର ପୁଞ୍ଜିନିବେଶ ଆକୃଷ୍ଟ କରିବା ଲାଗି ଏକ ଉତ୍ସର୍ଗୀକୃତ ମାନୁଫାକଚରିଂ କ୍ଲଷ୍ଟର ସ୍ଥାପନ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଆଜି ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ପକ୍ଷରୁ ଆୟୋଜିତ ଭାରତ-ଜାପାନ ନିବେଶ ଫୋରମ୍‌ର ଭର୍ଚୁଆଲ୍ ସମ୍ମିଳନୀରେ ଏସମ୍ପର୍କରେ ସୂଚନା ଦିଆଯାଇଛି। ଭୁବନେଶ୍ବର ନିକଟରେ ୩.୫୩ ବର୍ଗ କିଲୋମିଟର ଜମିରେ ଏହି କ୍ଲଷ୍ଟର ସ୍ଥାପନ କରାଯିବ।

ଏଥିରେ ଜମିକୁ ପ୍ଲଗ୍‌ ଆଣ୍ଡ୍‌ ପ୍ଲେ ଭିତ୍ତିରେ ନିବେଶକମାନଙ୍କୁ ଦିଆଯିବ। ସେଥିରେ ଉତ୍ସର୍ଗୀକୃତ ଲ୍ୟାବ୍, କର୍ମଚାରୀମାନଙ୍କ ପାଇଁ ଡର୍ମିଟୋରି ଓ ନୂଆ ଶିଳ୍ପ ପ୍ରକଳ୍ପ ଲାଗି ଦରକାର ହେଉଥିବା ଅନ୍ୟାନ୍ୟ ସୁବିଧା ସୁଯୋଗ ସବୁ ରହିବ। ବ୍ୟବସାୟ ପାଇଁ ଅନୁକୂଳ ପରିବେଶ ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଆଲୋଚନା କରିଥିଲେ। ରାଜ୍ୟରେ ପେଟ୍ରୋକେମିକାଲ୍‌ ୟୁନିଟ୍‌ ସ୍ଥାପନ କରିବା ଲାଗି ଚାହୁଥିବା ନିବେଶକମାନଙ୍କ ପାଇଁ ୨୫୦୦ ଏକର ଜମି ପାରାଦୀପ ବନ୍ଦର ନିକଟରେ ପ୍ରସ୍ତୁତ ହୋଇ ରହିଛି ବୋଲି ଏହି ଅବସରରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି।



from ବାଣିଜ୍ୟ – Sambad https://ift.tt/3aZEsxs

Post a Comment

0 Comments