କାହାର ହେବ ‘ଟିକଟକ’, କମ୍ପାନୀକୁ କିଣିବାକୁ ମାଇକ୍ରୋସଫ୍ଟ ଓ ଟ୍ୱିଟର ଆଗ୍ରହୀ

କାଲିଫର୍ଣ୍ଣିଆ: ଟିକଟକ ଆପକୁ କିଣିବାକୁ ଏବେ ସଫ୍ଟୱେୟାର କମ୍ପାନୀ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଗଲାଣି | ଏପର୍ଯ୍ୟନ୍ତ ମାଇକ୍ରୋସଫ୍ଟ କମ୍ପାନୀ ଏକାକୀ ଟିକଟକକୁ କିଣିବା ତାଲିକାରେ ଥିବାବେଳେ ତାଜା ଖବର ଅନୁସାରେ ଏହି ତାଲିକାରେ ଏବେ ଟ୍ୱିଟରର ନାମ ମଧ୍ୟ ଯୋଡି ହୋଇଛି। ମାଇକ୍ରୋ ବ୍ଲଗିଂ ୱେବସାଇଟ୍ ଟ୍ୱିଟର ମଧ୍ୟ ଚୀନର ସର୍ଟ ଭିଡିଓ ତିଆରି ଆପ୍ ଟିକଟକ କିଣିବା ତାଲିକାରେ ନିଜ ନାମକୁ ସାମିଲ କରିଛି | କୁହାଯାଉଛି ଯେ ଟ୍ୱିଟର, ଟିକଟକର କର୍ତୃପକ୍ଷଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଛି | ତେବେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଟ୍ୱିଟର ପାଇଁ ଟିକଟକକୁ କିଣିବା ଏତେଟା ସହଜ ହେବ ନାହିଁ।

କାରଣ ମାଇକ୍ରୋସଫ୍ଟ ତୁଳନାରେ ଟ୍ୱିଟର କମ୍ପାନୀର ଆର୍ଥିକ ସ୍ଥିତି ସେତେ ସ୍ଵଛଳ ନୁହେଁ | ଟ୍ୱିଟରର ବଜାର ପୁଞ୍ଜିକରଣ ପ୍ରାୟ ୩୦ ବିଲିୟନ ଡଲାର ଥିବାବେଳେ ମାଇକ୍ରୋସଫ୍ଟ ର ଆର୍ଥିକ ସ୍ଥିତି ଖୁବ ଭଲ ରହିଛି | ଏହି କାରଣରୁ, ମାଇକ୍ରୋସଫ୍ଟ କମ୍ପାନୀ ଟିକଟକ୍ ଆପ୍ କ୍ରୟ ପ୍ରତିଯୋଗିତାର ଶୀର୍ଷ ସ୍ଥାନରେ ଥିବା ପରି ଚର୍ଚ୍ଚା ହେଉଛି |

ଏଠାରେ ସୂଚନା ଥାଉ କି ଗତ ଜୁନ୍‌ରେ ଭାରତ ଟିକଟକ୍‌ ସମେତ ୫୯ଟି ଚୀନ୍‌ ଆପକୁ ନିଷିଦ୍ଧ କରିଛି। ଜାତୀୟ ନିରାପତ୍ତା ପ୍ରତି ବିପଦ ଥିବା ଦର୍ଶାଇ ଏଗୁଡ଼ିକୁ ନିଷିଦ୍ଧ କରାଯାଇଛି। ସମାନ କାରଣ ପାଇଁ ଆମେରିକା ମଧ୍ୟ ଏହି ଦୁଇଟି ଆପ୍‌କୁ ନିଷିଦ୍ଧ କରୁଛି ବୋଲି ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ନିର୍ଦ୍ଦେଶନାମାରେ କହିଥିଲେ । ୪୫ ଦିନ ସମୟ ଏଥିପାଇଁ ଉକ୍ତ ଆପ୍‌ ଦ୍ବୟକୁ ଦିଆଯାଇଛି। ୪୫ ଦିନ ପରେ ଏଗୁଡ଼ିକୁ ନିଷିଦ୍ଧ କରାଯିବ ବୋଲି କୁହାଯାଇଛି।



from ବାଣିଜ୍ୟ – Sambad https://ift.tt/3irTe2S

Post a Comment

0 Comments