ଭାରତ ଆସିବେ ୨୪ ଫୋନ୍ ନିର୍ମାତା

ନୂଆଦିଲ୍ଲୀ: ଚୀନ୍‌ରୁ ବାହାରକୁ ଯିବା ଲାଗି ଚାହୁଥିବା କଂପାନିଗୁଡ଼ିକୁ ଆକର୍ଷିତ କରିବା ଲାଗି ଭାରତ ସରକାର ଯେଉଁ ଯୋଜନା ପ୍ରସ୍ତୁତ କରିଥିଲେ ତାହା ଫଳପ୍ରଦ ସାବ୍ୟସ୍ତ ହୋଇଛି। ବିଶ୍ବର ଦୁଇ ପ୍ରମୁଖ ମୋବାଇଲ୍‌ କଂପାନି ଆପଲ୍‌ ଓ ସାମସଙ୍ଗ୍‌ ପାଇଁ ଫୋନ୍ ନିର୍ମାଣ କରୁଥିବା ତୃତୀୟ ପକ୍ଷ ସଂସ୍ଥାଗୁଡ଼ିକ ଏବେ ଭାରତରେ ନିଜର କାରଖାନା ସ୍ଥାପନ କରିବା ଉପରେ ବିଚାର କରୁଛନ୍ତି। ପ୍ରାୟ ୨୪ଟି ଫୋନ୍ ନିର୍ମାତା ଭାରତ ଆସିବାକୁ ଚାହୁଥିବା ଜଣାପଡ଼ିଛି। ସେମାନେ ମିଳିତ ଭାବେ ଭାରତରେ ୧୫୦ କୋଟି ଡଲାରର ପୁଞ୍ଜିନିବେଶ କରିବେ। ଆଗ୍ରହୀ ଥିବା କଂପାନିଗୁଡ଼ିକ ତାଲିକାରେ ଫକ୍ସକନ୍, ୱି ଯଦି ଏହି ସବୁ କଂପାନି ଭାରତ ଆସିବେ ତେବେ ଚୀନ୍ ବଡ଼ ଧରଣର କ୍ଷତି ସହିବ। ଚୀନ୍‌କୁ ଏବେ ବିଶ୍ବର କାରଖାନା ଭାବେ ବିବେଚନା କରାଯାଉଛି। ମାତ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚୀନ୍‌ ସହିତ ବାଣିଜ୍ୟ ଲଢ଼େଇ ଆରମ୍ଭ କରିବା ପରେ ଅନେକ ବିଶ୍ବସ୍ତରୀୟ କଂପାନି ଚୀନ୍ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି।



from ବାଣିଜ୍ୟ – Sambad https://ift.tt/3h4V2hK

Post a Comment

0 Comments