ଛଅ ମାସ ପରେ ଡିଜେଲ ଦାମ୍ କମିଲା

ନୂଆଦିଲ୍ଲୀ : ଦୀର୍ଘ ଛଅ ମାସ ପରେ ଡିଜେଲ୍ ଦାମ୍‌ରେ ସାମାନ୍ୟ ହ୍ରାସ ଘଟିଛି। ଆଜି ନୂଆଦିଲ୍ଲୀରେ ଡିଜେଲ୍‌ର ଲିଟର ପିଛା ମୂଲ୍ୟ ୧୬ ପଇସା ହ୍ରାସ ପାଇ ୭୩ ଟଙ୍କା ୪୦ ପଇସାକୁ ଖସିଛି। ତେବେ ପେଟ୍ରୋଲ୍ ଦରରେ ବୃଦ୍ଧି ଘଟି ତାହା ୮୨ ଟଙ୍କା ୮ ପଇସାରେ ପହଞ୍ଚିଛି। ଗତ ମାର୍ଚ୍ଚ ମଧ୍ୟ ଭାଗ ପରେ ପ୍ରଥମ ଥର ଲାଗି ତେଲ କଂପାନିଗୁଡ଼ିକ ଡିଜେଲ ଦାମ୍ କମ୍ କରିଛନ୍ତି। ଦୀର୍ଘ ୮୨ ଦିନ ପର୍ଯ୍ୟନ୍ତ ତୈଳ ଦର ବୃଦ୍ଧି ଅଟକି ରହିଥିଲା। ଗତ ଜୁନ୍ ୭ ପରେ ଡିଜେଲ ଦାମ୍ ବୃଦ୍ଧି ପାଇବା ଆରମ୍ଭ କରିଥିଲା। ଇତି ମଧ୍ୟରେ ଏହାର ଲିଟର ପିଛା ଦାମ୍ ୧୨ ଟଙ୍କା ୫୫ ପଇସା ବୃଦ୍ଧି ପାଇଛି। ଜୁନ୍ ୭ରୁ ଜୁଲାଇ ୨୯ ଭିତରେ ପେଟ୍ରୋଲ୍ ମୂଲ୍ୟରେ ୯ ଟଙ୍କା ୧୭ ପଇସାର ବୃଦ୍ଧି ହୋଇଥିଲା।



from ବାଣିଜ୍ୟ – Sambad https://ift.tt/3jKSTbW

Post a Comment

0 Comments