ସ୍ମାର୍ଟଫୋନ୍ ଆମଦାନି ହ୍ରାସ, ରପ୍ତାନି ବୃଦ୍ଧି

ନୂଆଦିଲ୍ଲୀ: ଦେଶର ସ୍ମାର୍ଟଫୋନ୍ ଆମଦାନି ହ୍ରାସ ପାଇଥିବା ବେଳେ ରପ୍ତାନିରେ ବୃଦ୍ଧି ଦେଖାଦେଇଛି। ଦେଶ ଭିତରେ ବିପୁଳ ପରିମାଣର ସ୍ମାର୍ଟଫୋନ୍ ଉତ୍ପାଦନ ହେଉଥିବା ଏଥିରୁ ସ୍ପଷ୍ଟ ହୋଇଛି। ବାଣିଜ୍ୟ ମନ୍ତ୍ରଣାଳୟ ଜାରି କରିଥିବା ତଥ୍ୟ ଅନୁଯାୟୀ ଅଗଷ୍ଟ ମାସରେ ୧୭୮୧.୧ କୋଟି ଟଙ୍କା ମୂଲ୍ୟର ସ୍ମାର୍ଟଫୋନ୍ ରପ୍ତାନି କରାଯାଇଛି। ସେହି ସମୟରେ ୧୦୫୦.୧ କୋଟି ଟଙ୍କା ମୂଲ୍ୟର ସ୍ମାର୍ଟଫୋନ୍ ଆମଦାନି କରାଯାଇଛି। ଗତ ଜୁନ୍ ପରଠାରୁ ଆମଦାନି ହ୍ରାସ ପାଉଛି।



from ବାଣିଜ୍ୟ – Sambad https://ift.tt/303o3Ei

Post a Comment

0 Comments