
ବାଙ୍ଗାଲୋର: ଆମାଜନ୍ ପକ୍ଷରୁ ଡେଲିଭରି ଷ୍ଟେସନ୍ ସଂଖ୍ୟା ବୃଦ୍ଧି କରାଯାଇଛି। ଉତ୍ସବ ଚାହିଦା ପୂରଣ କରିବା ଲାଗି କଂପାନି ୨୦୦ ନୂଆ ଡେଲିଭରି ଷ୍ଟେସନ ଯୋଡ଼ିଛି। ଡେଲିଭରିକୁ ସୁଦୃଢ଼ କରିବା ଲାଗି ଆଇ ହାଭ୍ ସ୍ପେସ୍ ଅଭିଯାନ ଅଧୀନରେ କଂପାନି ୩୫୦ ସହରର ୨୮,୦୦୦ରୁ ଅଧିକ କିରାନା ଦୋକାନକୁ ଯୋଡ଼ିଛି। ଆମାଜନ୍ ଫ୍ଲେକ୍ସ କାର୍ଯ୍ୟକ୍ରମକୁ ମଧ୍ୟ କଂପାନି ୬୫ଟି ସହରକୁ ସମ୍ପ୍ରସାରିତ କରିଛି। ଏହି କାର୍ଯ୍ୟକ୍ରମ ଜରିଆରେ ଆମାଜନ ପ୍ୟାକେଜ୍ ଡେଲିଭରି ଦେଇ ଘଣ୍ଟାକୁ ୧୨୦-୧୪୦ ଟଙ୍କା ଆୟ କରିହେଉଛି।
from ବାଣିଜ୍ୟ – Sambad https://ift.tt/33dBxPL
0 Comments