ଅଭିନବ ଉଦ୍ଭାବନ: ସ୍କ୍ରାପ୍‌ ସିଟି ବସ୍‌ରୁ ମହିଳାମାନଙ୍କ ପାଇଁ ମୋବାଇଲ୍‌ ଟଏଲେଟ୍‌

ମୁମ୍ବାଇ: ପୁଣେର ଦୁଇଜଣ ଉଦ୍ୟୋଗୀ ମିଳିତ ଭାବେ ଏକ ଅଭିନବ ଉଦ୍ଭାବନ କରିଛନ୍ତି। ସ୍କ୍ରାପ୍‌ ବା ରଦ୍ଦିମାଲ ଭାବେ ବିକ୍ରି ହେବାକୁ ଥିବା ଭଙ୍ଗା ଦଦରା ସିଟି ବସ୍‌ ସବୁକୁ କିଣିନେଇ ଏବେ ସେଥିରେ ସେମାନେ ତିଆରି କରିଛନ୍ତି ମହିଳାମାନଙ୍କ ପାଇଁ ଟଏଲେଟ୍‌ ବା ଶୌଚାଳୟ। ଏହି ଶୌଚାଳୟ ସବୁ ପୁଣି ସମସ୍ତ ପ୍ରକାରର ଅତ୍ୟାଧୁନିକ ସୁବିଧା ସୁଯୋଗ ଥାଇ ନିର୍ମିତ ହେବା ସହ ସୌରଶକ୍ତି ଦ୍ୱାରା ପରିଚାଳିତ ହେଉଛି।

ANI

ଚକ ଉପରେ ଶୌଚାଳୟ (ଟଏଲେଟ୍‌ ଅନ୍‌ ହୁଇଲ) ନାମରେ ପରିଚିତ ଏହି ଶୌଚାଳୟର ନାମ ରହିଛି ‘ସ୍ୱଚ୍ଛତାଗୃହ’। ଦୁଇ ଯୁବ ଉଦ୍ୟୋଗୀ ଉଲକା ସାଦାଲକର ଏବଂ ରାଜୀବ ଖାରଙ୍କ ଉଦ୍ୟମରେ ପ୍ରସ୍ତୁତ ଏହି ଅଭିନବ ଶୌଚାଳୟରେ ମହିଳାମାନଙ୍କ ପାଇଁ ସ୍ତନ୍ୟପାନ କରାଇବା କୋଠରି, ଏକ ଡାଏପର ପରିବର୍ତ୍ତନ ଷ୍ଟେସନ, ଅନ୍ୟ ପଟେ ଏକ ଛୋଟ କ୍ୟାଣ୍ଟିନ ଏବଂ ଅସୁବିଧା ହେଲେ ସାହାଯ୍ୟ ପାଇଁ ଜରୁରୀକାଳୀନ ପରିସ୍ଥିତ ବଟନ୍‌ ଆଦି ସମସ୍ତ ସୁବିଧା ଉପଲବ୍ଧ ରହିଛି। ମାତ୍ର ୫ ଟଙ୍କା ଦେୟରେ ଯେ କୌଣସି ମହିଳା ମୋବାଇଲ୍‌ ଟଏଲେଟ୍‌ର ସେବା ପାଇପାରିବେ।
ଏହି ମୋବାଇଲ୍‌ ଟଏଲେଟରେ ସାନିଟାରି ପ୍ୟାଡ୍‌ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାନିଟାରି ଉତ୍ପାଦ ମଧ୍ୟ ଉପଲବ୍ଧ ହେବ।

NewsNation

ପୁଣେର ଜନଗହଳି ପୂର୍ଣ୍ଣ ସ୍ଥାନମାନଙ୍କରେ ମହିଳାମାନଙ୍କୁ ଶୌଚାଳୟ ସେବା ଯୋଗାଇବ ଏହି ମୋବାଇଲ ଟଏଲେଟ୍‌। ପୁଣେରେ ଏହି ମୋବାଇଲ ଟଏଲେଟକୁ ସଫଳତା ମିଳିବା ପରେ ଏବେ ଏହାକୁ ମହାରାଷ୍ଟ୍ର ସମେତ ଦେଶର ଅନ୍ୟ ରାଜ୍ୟମାନଙ୍କରେ ଥିବା ବଡ଼ ବଡ଼ ମହାନଗରରେ କାର୍ଯ୍ୟକାରୀ କରାଇବା ପାଇଁ ଯୋଜନା ଆରମ୍ଭ କରିଛନ୍ତି ଏହି ଦୁଇ ଯୁବ ଉଦ୍ୟୋଗୀ।

NewsNation


from ବାଣିଜ୍ୟ – Sambad https://ift.tt/3cj6AMG

Post a Comment

0 Comments