ଛଅ ମାସ ପରେ ପେଟ୍ରୋଲ୍‌ ଦାମ୍ କମିଲା

ନୂଆଦିଲ୍ଲୀ: ଦୀର୍ଘ ଛଅ ମାସ ପରେ ପ୍ରଥମ ଥର ପାଇଁ ପେଟ୍ରୋଲ୍‌ ମୂଲ୍ୟ ହ୍ରାସ ପାଇଛି। ଆଜି ଦିଲ୍ଲୀରେ ପେଟ୍ରୋଲ୍‌ ଦାମ୍ ୧୩ ପଇସା ଓ ଡିଜେଲ୍ ଦାମ୍ ୧୨ ପଇସା ହ୍ରାସ ପାଇଛି। ପେଟ୍ରୋଲ୍‌ର ଲିଟର ପିଛା ଦର ୮୧ ଟଙ୍କା ୮୬ ପଇସା ରହିଥିବା ବେଳେ ଡିଜେଲ୍ ଦାମ୍ ୭୨ ଟଙ୍କା ୯୩ ପଇସା ହୋଇଛି। ଭୁବନେଶ୍ବରରେ ଆଜି ପେଟ୍ରୋଲ୍ ମୂଲ୍ୟ ୮୨ ଟଙ୍କା ୪୧ ପଇସା ଓ ଡିଜେଲ୍ ଦାମ୍ ୭୯ ଟଙ୍କା ୩୫ ପଇସା ଥିଲା। ଡିଜେଲ ମୂଲ୍ୟ ମଧ୍ୟ ମାର୍ଚ୍ଚ ପରଠାରୁ ବୃଦ୍ଧି ପାଉଥି‌ଲା। ଚଳିତ ମାସ ୩ରେ ସେଥିରେ ପ୍ରଥମ ଥର ପାଇଁ ହ୍ରାସ ଘଟିଥିଲା। ଏହା ପରଠାରୁ ଡିଜେଲ୍‌ର ଲିଟର ପିଛା ଦାମ୍ ୬୩ ପଇସା କମିଲାଣି।



from ବାଣିଜ୍ୟ – Sambad https://ift.tt/2RigNj3

Post a Comment

0 Comments