ଏୟାର ଇଣ୍ଡିଆ ‌ବୟସ୍କମାନଙ୍କ ପାଇଁ ଆଣିଛି ଜବରଦସ୍ତ ରିହାତି

ନୂଆଦିଲ୍ଲୀ: ଏୟାର ଇଣ୍ଡିଆରେ ବୟସ୍କମାନଙ୍କ ପାଇଁ ଏକ ଜବରଦସ୍ତ ରିହାତି ଦିଆଯାଉଛି। ଇକୋନୋମି କ୍ୟାବିନରେ ବଛାବଛା ବୁକିଂ କ୍ଲାସରେ ଟିକେଟ୍ କିଣିବା ସମୟରେ ୫୦ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଉଛି। ଏହି ରିହାତିରେ ଦେଶର ଯେକୌଣସି ସ୍ଥାନକୁ ଯାତ୍ରା କରି ହେବ। ଏହାର ଟିକେଟ ଆପଣ ଯାତ୍ରା କରିବାର ତାରିଖରୁ ଅତି କମରେ ୭ ଦିନ ପୂର୍ବରୁ  ନେଇପାରିବେ। ଯାହା ବୈଧତା ୧ ବର୍ଷ ପାଇଁ ରହିବ।

ଏହି ସୁବିଧା କେବଳ ସେହି ବୟସ୍କମାନଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ଭାରତର ନାଗରିକ ଏବଂ ଭାରତରେ ରୁହନ୍ତି | ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ବରିଷ୍ଠ ନାଗରିକ ବର୍ଗରେ ସ୍ଥାନିତ କରାଯାଇଛି। ଯେଉଁମାନଙ୍କର ବୟସ ଯାତ୍ରା କରିବା ଦିନ ପର୍ଯ୍ୟନ୍ତ ୬୦ ବର୍ଷ ହୋଇ ନଥିବ, ସେମାନଙ୍କୁ ଏୟାର ଇଣ୍ଡିଆର ଏହି ରିହାତିର ଲାଭ ମିଳି ପାରିବ ନାହିଁ |

Senior citizens get 50% discount on Air India, private airlines offer only 8% discount | India.com
India.com

ଟିକେଟ୍ ବୁକିଂ ସମୟରେ ରିହାତି ପାଇବା ପାଇଁ ଏକ ବୈଧ ଥିବା ଫଟୋ ଆଇଡିର ଆବଶ୍ୟକ ହେବ। ଯେଉଁଥିରେ ଜନ୍ମ ତାରିଖ ସୂଚିତ ଥିବ। ଯେମିତିକି ଭୋଟର ଆଇଡି କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ ଏବଂ ଏୟାର ଇଣ୍ଡିଆ ଦ୍ବାରା ଜାରି ସିନିୟର ସିଟିଜେନ୍ ଆଇଡି କାର୍ଡ। ଏହା ଆବଶ୍ୟକ ଏଥିପାଇଁ ରହିଛି ଯାହା ଦ୍ବାରା ବ୍ୟକ୍ତିଙ୍କ ବୟସ ୬୦। ବର୍ଷରୁ ଅଧିକ କି ନାହିଁ ତାହା ଜଣାପଡ଼ିବ|



from ବାଣିଜ୍ୟ – Sambad https://ift.tt/333Z8AX

Post a Comment

0 Comments