
ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର। ସେମାନଙ୍କ ବେତନ ଖୁବ୍ଶୀଘ୍ର ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି। ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଅନୁସାରେ କର୍ମଚାରୀମାନଙ୍କୁ ଚଳିତ ବର୍ଷ ଜାନୁଆରିରୁ ଜୁନ୍ ପର୍ଯ୍ୟନ୍ତର ମହଙ୍ଗା ଭତ୍ତା ପ୍ରଦାନ କରାଯିବ। ସେମାନେ ୨୦୨୧ ଜୁଲାଇ ପରଠାରୁ ଏହି ସୁବିଧା ପାଇବେ। କେନ୍ଦ୍ର କର୍ମଚାରୀମାନେ ୧୭ ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି। ସେଥିରେ ବୃଦ୍ଧି ପାଇଁ ସେମାନେ ଦୀର୍ଘ ସମୟ ଅପେକ୍ଷା କଲେଣି। ମୁଦ୍ରାସ୍ଫୀତିକୁ ବିଚାରକୁ ନେଇ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ପ୍ରଦାନ କରିବା ଉପରେ କେନ୍ଦ୍ର ସରକାର ବିଚାର କରୁଥିବା ଜଣାପଡ଼ିଛି। ଶ୍ରମ ମନ୍ତ୍ରଣାଳୟର ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚୀ ଅନୁସାରେ ଚଳିତ ବର୍ଷର ଜାନୁଆରି-ଜୁନ୍ ସମୟରେ ମୁଦ୍ରାସ୍ଫୀତିରେ ୨ ପ୍ରତିଶତ ବୃଦ୍ଧି ହୋଇଛି। ତାହାକୁ ବିଚାରକୁ ନେଇ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯିବ ବୋଲି ଜଣାପଡ଼ିଛି।
from ବାଣିଜ୍ୟ – Sambad https://ift.tt/3kqk5gx
0 Comments