ରାଜ୍ୟମାନ‌େ ପ୍ରସ୍ତୁତ ହେଲେ ପୁନଃଚଳାଚଳ କରିବ ଲୋକାଲ୍‌ ଟ୍ରେନ୍: ରେଳବାଇ ବୋର୍ଡ

ନୂଆଦିଲ୍ଲୀ: ସମ୍ପୃକ୍ତ ରାଜ୍ୟ ସରକାରମାନେ ପ୍ରସ୍ତୁତ ହୋଇ ଆମକୁ କହିବା ପରେ ଯାଇ ସବ୍‌ଅର୍ବାନ୍ ରେଳସେବା ପୁନଃଆରମ୍ଭ କଥା ବିଚାର କରିବୁ ବ‌ୋଲି ଗୁରୁବାର ଦିନ ରେଳବାଇ ବୋର୍ଡ ଅଧ୍ୟକ୍ଷ ଭିକେ ଯାଦବ କହିଛନ୍ତି। ନୀତି ଆୟୋଗ ସିଇଓ ଅମିତାଭ କାନ୍ତଙ୍କ ସହ ସେ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେବା ସମୟରେ ଏକଥା କହିଛନ୍ତି।

ଯାଦବ କହିଲେ, ଆମକୁ କୋଭିଡ୍-୧୯ର ବିସ୍ତାର ସର୍ବନିମ୍ନ କରିବାକୁ ପଡ଼ିବ। ରାଜ୍ୟ ସରକାରମାନେ ଆମକୁ ଅନୁରୋଧ କଲେ, ଆମେ ସେବା ପୁନଃ ଆରମ୍ଭ ପାଇଁ ବ୍ୟବସ୍ଥା କରିବୁ।

Image Courtesy of The Economic Times

ପଶ୍ଚିମବଙ୍ଗରେ ଲୋକାଲ୍‌ ଟ୍ରେନ୍‌ ଚଳାଚଳ ପୁନରାରମ୍ଭ ପ୍ରସଙ୍ଗରେ ଅଧ୍ୟକ୍ଷ କହିଲେ, ଆମେ ପଶ୍ଚିମବଙ୍ଗ ସରକାରଙ୍କ ସହ ବରାବର ଯୋଗସୂତ୍ର ରଖିଛୁ। ସେଠାରେ ବାରମ୍ବାର ଲକ୍‌ଡାଉନ୍‌ ଚାଲିଛି। ଗତ ମାସରେ ସ୍ବତନ୍ତ୍ର ରେଳ ମଧ୍ୟ ବାତିଲ ହୋଇଥିଲା। ମେଟ୍ରୋ ଚଳାଚଳ ଆରମ୍ଭ ହୋଇଛି। ଲୋକାଲ୍ ଟ୍ରେନ୍‌ ସେବା ପୁଣି ଆରମ୍ଭ କରିବାକୁ ଆମେ ସରକାରଙ୍କ ସହ ଆଲୋଚନା କରୁଛୁ।

ଅତ୍ୟାବଶ୍ୟକ କର୍ମଚାରୀଙ୍କୁ ନେବା ଆଣିବା କରୁଥିବା ମୁମ୍ବାଇ ଲୋକାଲ୍‌ ଟ୍ରେନ୍‌ ବ୍ୟତିରେକେ, ଅନ୍‌ଲକ୍-୪ରେ ମଧ୍ୟ ସବ୍ଅର୍ବାନ୍ ରେଳବାଇ ସେବା ମଧ୍ୟ ବନ୍ଦ ରହିଛି। ଚଳପ୍ରଚଳ କରୁଥିବା ଲୋକାଲ୍‌ ଟ୍ରେନ୍‌ରେ ଯାତାୟାତ କରିବାକୁ ଓକିଲମାନଙ୍କୁ ଅନୁମତି ମିଳିବ। ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ଓକିଲମାନଙ୍କୁ ଏଭଳି ସୁବିଧା ମିଳିବ।

 



from ବାଣିଜ୍ୟ – Sambad https://ift.tt/3c55GU8

Post a Comment

0 Comments