ଅଗଷ୍ଟରେ ୮୬,୪୪୯ କୋଟି ଜିଏସ୍‌ଟି ଆଦାୟ

ନୂଆଦିଲ୍ଲୀ : ଦେଶରେ ଗତମାସରେ ୮୬୪୪୯ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। ଚଳିତବର୍ଷ ଜୁଲାଇ ମାସ ତୁଳନାରେ ଅଗଷ୍ଟ ମାସର ଜିଏସଟି ଆଦାୟ ପ୍ରାୟ ୧ ପ୍ରତିଶତ ହ୍ରାସ ଘଟିଛି। ଜୁଲାଇରେ ଦେଶର ଜିଏସଟି ଆଦାୟ ରାଶି ୮୭୪୨୨ କୋଟି ଟଙ୍କା ରହିଥିଲା। ତେବେ ଗତବର୍ଷ ଅଗଷ୍ଟ ତୁଳନାରେ ଚଳିତବର୍ଷ ଅଗଷ୍ଟରେ ଜିଏସ୍‌ଟି ଆଦାୟ ରାଶିରେ ୧୨ ପ୍ରତିଶତ ହ୍ରାସ ଘଟିଛି। ଗତବର୍ଷ ଅଗଷ୍ଟ ମାସରେ ଦେଶର ଜିଏସଟି ଆଦାୟ ରାଶି ୯୮୨୦୨ କୋଟି ଟଙ୍କା ଥିଲା ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଆଜି ସୂଚନା ଦିଆଯାଇଛି।



from ବାଣିଜ୍ୟ – Sambad https://ift.tt/2YV25md

Post a Comment

0 Comments