୧୮ ହଜାର କୋଟି ଟଙ୍କାର ସମ୍ପତ୍ତି ବିକିବ ବିଏସଏନଏଲ୍

ନୂଆଦିଲ୍ଲୀ: ଦେଶର ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ଆର୍ଥିକ ସଙ୍କଟ ଦେଇ ଗତିକରୁଛି | ଆଉ ଅର୍ଥ ଯୋଗାଡ କରିବା ପାଇଁ ଏହି କମ୍ପାନୀ ୧୮ ହଜାର କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ବିକ୍ରୟ କରିବାକୁ ଯୋଜନା କରୁଛି। ଏହା ସହିତ କମ୍ପାନୀ ସଭରେନ୍ ଗ୍ୟାରେଣ୍ଟି ବଣ୍ଡ ଜାରି କରି ୮୫୦୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛି।

ଏଠାରେ ସୂଚନା ଥାଉ କି ବିଏସଏନଏଲ କମ୍ପାନୀର ପୁନରୁଦ୍ଧାର ପାଇଁ ୮୫୦୦ କୋଟି ଟଙ୍କା ସଭରେନ୍ ଗ୍ୟାରେଣ୍ଟି ବଣ୍ଡ ପ୍ରଦାନକୁ ସରକାର ଅନୁମୋଦନ କରିଥିଲେ । ବିଏସଏନଏଲର ଚେୟାରମ୍ୟାନ ପି.କେ ପୁରୱାର କହିଛନ୍ତି ଯେ କମ୍ପାନୀ ବର୍ଷକ ମଧ୍ୟରେ ୧୮୦୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ବିକ୍ରୟ କରିବାକୁ ଯୋଜନା କରୁଛି।

ସେ ଆଶା କରିଛନ୍ତି ଯେ ବର୍ତ୍ତମାନ କ୍ଷତିରେ ଚାଲିଥିବା କମ୍ପାନୀ ୨୦୨୧ ଆର୍ଥିକ ବର୍ଷରେ ଲାଭଜନକ ସ୍ଥିତିକୁ ଆସିବ। ସେ କହିଛନ୍ତି ଯେ ଆମେ ୧୭୧୭୦ କୋଟିରୁ ଅଧିକ ଟଙ୍କାର ବିଡ୍ ପାଇଛୁ, କିନ୍ତୁ ଏହାର ଅନୁମୋଦିତ ଆକାର ଅନୁଯାୟୀ କେବଳ ୮୫୦୦ କୋଟି ଟଙ୍କା ଗ୍ରହଣ କରିଛୁ। “



from ବାଣିଜ୍ୟ – Sambad https://ift.tt/2ZZMbYq

Post a Comment

0 Comments