
ମୁମ୍ବାଇ: ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ରିଟେଲ୍ରେ ଆମାଜନ୍ ୨୦୦୦ କୋଟି ଡଲାର ପୁ୍ଞ୍ଜିନିବେଶ କରିବା ନେଇ ଚର୍ଚ୍ଚା ହେଉଛି। ଏହା ଉପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଯେଉଁ ବିଷୟ ଘୋଷଣା କରିବା ଦରକାର ତାହା କଂପାନି କରିଥାଏ। କୌଣସି ପ୍ରକାର ଖବର ପ୍ରକାଶ କରିବା ପୂର୍ବରୁ ତାହାକୁ ଅତି ଯତ୍ନ ସହକାରେ ଯାଞ୍ଚ କରିବାକୁ କଂପାନି ପକ୍ଷରୁ ଗଣମାଧ୍ୟମଗୁଡ଼ିକୁ କୁହାଯାଇଛି। ଭୁଲ ଖବର ଦ୍ବାରା ଅନେକ ଖୁଚୁରା ନିବେଶ ପ୍ରଭାବିତ ହୋଇପାରନ୍ତି ବୋଲି କଂପାନି ସତର୍କ କରାଇଛି। ଆଜି ଦେଶର ପ୍ରଥମ କଂପାନି ଭାବେ ରିଲାଏନ୍ସ ୨୦୦ ବିଲିଅନ୍ ଡଲାର କ୍ଲବ୍ରେ ପ୍ରବେଶ କରଛି।
from ବାଣିଜ୍ୟ – Sambad https://ift.tt/2ZmUtJm
0 Comments