୨୦୦୦ ଟଙ୍କିଆ ଛପା ବନ୍ଦ ନିଷ୍ପତ୍ତି ନିଆଯାଇନି

ନୂଆଦିଲ୍ଲୀ: ଦୁଇ ହଜାର ଟଙ୍କିଆ ନୋଟ୍ ଛପା ବନ୍ଦ କରିବା ନେଇ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଲୋକସଭାରେ କହିଛନ୍ତି। କେଉଁ ନୋଟ୍ କେତେ ପରିମାଣର ଛପା ଯିବା ତାହାର ନିଷ୍ପତ୍ତି ରିଜର୍ଭ ବ୍ୟାଙ୍କ ସହ ଆଲୋଚନା କରିବା ପରେ ନିଆଯାଏ। ବଜାରର ଆବଶ୍ୟକତା ଅନୁସାରେ ନୋଟ୍ ଛପା ହୋଇଥାଏ। ୨୦୧୯-୨୦ ଓ ୨୦୨୦-୨୧ରେ ନୂଆ ଦୁଇ ହଜାର ଟଙ୍କିଆ ନୋଟ୍ ଛପାଇବା ଲାଗି କୌଣସି ବରାଦ ଦିଆଯାଇନାହିଁ ବୋଲି ସେ କହିଛନ୍ତି।



from ବାଣିଜ୍ୟ – Sambad https://ift.tt/3cmDUTi

Post a Comment

0 Comments