ଦେଶରେ ଖୋଲିବ ହଜାରେ ଦଳିତ ଷ୍ଟାର୍ଟଅପ୍‌, ୩୦୮ କୋଟିର ବଜେଟ୍‌

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆସନ୍ତା ୩ ବର୍ଷ ମଧ୍ୟରେ ଦେଶରେ ହଜାରେଟି ଦଳିତ ଷ୍ଟାର୍ଟଅପ୍ ସ୍ଥାପନ କରିବା ଯୋଜନା ରଖିଛନ୍ତି। ଏଥିପାଇଁ ୩୦୮.୮ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା ରହିବ। ୨୦୦୦ରୁ ୨୦୨୪ ମସିହା ମଧ୍ୟରେ ଏହି କାର୍ଯ୍ୟକ୍ରମ ଚାଲିବ। ପ୍ରଯୁକ୍ତିଗତ ପ୍ରତିଭା ଥିବା ଦଳିତ ବା ତଫସିଲଭୁକ୍ତ ଜାତିର ଯୁବକଯୁବତୀମାନଙ୍କୁ ସହାୟତା ଦେବା ଲାଗି ସରକାର ଏହି ଯୋଜନା ଆରମ୍ଭ କରିବେ। ଏହି ରିପୋର୍ଟ ଅନୁଯାୟୀ, ଖୁବ୍‌ଶୀଘ୍ର ଏହି ଯୋଜନା ଆରମ୍ଭ ହେବ। ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରାଳୟ ଅଧୀନରେ ଆମ୍ବେଦକର ସୋସିଆଲ ଇନୋଭେସନ୍ ଇନକ୍ୟୁବେସନ୍ ମିସନ୍ (ଏଏସଆଇଆଇଏମ୍‌) ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ ହେବ। ଦଳିତ ଯୁବକଯୁବତୀମାନଙ୍କ ନୂଆ ଚିନ୍ତାଧାରାକୁ ଭିତ୍ତିକରି ଷ୍ଟାର୍ଟଅପ୍ ଖୋଲିବା ସୁଯୋଗ ଏଥିରେ ଯୋଗାଇ ଦିଆଯିବ।

ମିଳିଥିବା ସୂଚନା ଅନୁଯାୟୀ, ଦଳିତ ସମାଜର ଯୁବକ ଓ ଦିବ୍ୟାଙ୍ଗ ଯୁବକ, ଯେଉଁମାନେ ବ‌ୈଷୟିକ ପ୍ରତିଷ୍ଠାନରେ ପଢ଼ୁଛନ୍ତି କିମ୍ବା ‌ଘରୋଇ କ୍ଷେତ୍ରରେ କାମ କରୁଛନ୍ତି ସେମାନଙ୍କ ନୂଆ ଚିନ୍ତାଧାରାକୁ ଭିତ୍ତିକରି ସୃଜନଶୀଳ ଉତ୍ପାଦ, ସେବା ପ୍ରସ୍ତୁତ କରାଯିବ। ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଏଏସଆଇଆଇଏମ୍ ପକ୍ଷରୁ ବ୍ୟବସାୟ ଉଷ୍ମାୟନ କେନ୍ଦ୍ର ପ୍ରସ୍ତୁତ ହେବ।



from ବାଣିଜ୍ୟ – Sambad https://ift.tt/3kQw5bo

Post a Comment

0 Comments