ନିଜ ଯାତ୍ରୀଭଡ଼ା ନିଜେ ଧାର୍ଯ୍ୟ କରିବାକୁ ଘରୋଇ ରେଳ କମ୍ପାନିଙ୍କୁ ଅନୁମତି ‌ଦେବେ ସରକାର

ନୂଆଦିଲ୍ଲୀ: ଭାରତରେ ରେଳ ସେବା ଆରମ୍ଭ କଲେ ନିଜ ଯାତ୍ରୀ ଭଡ଼ା ନିଜେ ଧାର୍ଯ୍ୟ କରିବାକୁ ଘରୋଇ ରେଳ ସଂସ୍ଥାଙ୍କୁ ସରକାର ଅନୁମତି ଦେବେ ବୋଲି ଜଣାପଡ଼ିଛି।

ରେଳବାଇ ବୋର୍ଡର ଅଧ୍ୟକ୍ଷ ଭିକେ ଯାଦବ କହିଛନ୍ତି, ନିଜ ହିସାବରେ ଯାତ୍ରୀ ମାସୁଲ ଧାର୍ଯ୍ୟ କରିବାକୁ ଘରୋଇ ରେଳ କମ୍ପାନିମାନଙ୍କୁ ସ୍ବାଧୀନତା ଦିଆଯାଇଛି।

ସେ ଆହୁରି କହିଛନ୍ତି ଯେ, ଏହି ସବୁ ପଥରେ ଶୀତତାପ ନିୟନ୍ତ୍ରିତ ବସ୍ ଓ ବିମାନ ମଧ୍ୟ ଚଳାଚଳ କରୁଛି। ତେଣୁ, ଏ ସବୁ ପ୍ରତି ଦୃଷ୍ଟି ଦେଇ ସେମାନେ ଯାତ୍ରୀ ଭଡ଼ା ଧାର୍ଯ୍ୟ କରିବେ।

ଆଲ୍ସଟମ୍ ଏସ୍‌ଏ, ବୋମ୍ବାର୍ଡିୟର୍ ଇନ୍‌କର୍ପୋରେଟେଡ୍, ଜିଏମ୍ଆର୍ ଇନ୍‌ଫ୍ରାଷ୍ଟ୍ରକ୍ଚର୍‌ ଲିମିଟେଡ୍ ଏବଂ ଆଦାନି ଏଣ୍ଟର୍‌ପ୍ରାଇଜର୍ସ ଲିମିଟେଡ୍‌ ଭଳି କେତେକ କମ୍ପାନି ଏହି ପ୍ରକଳ୍ପ ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ଯାଦବ କହିଛନ୍ତି।

Image Courtesy of National Herald

୧୫୧ଟି ଟ୍ରେନ୍ ମାଧ୍ୟମରେ ୧୦୯ଟି ମୂଳ-ଗନ୍ତବ୍ୟସ୍ଥାନରେ ପାସେଞ୍ଜର୍‌ ଟ୍ରେନ୍ ଚଳାଇବାକୁ ଆଗ୍ରହୀ କମ୍ପାନିମାନେ ଆବେଦନ କରିବାକୁ ଜୁଲାଇ ମାସରେ ମୋଦୀ ସରକାର କହିଥିଲେ। ନୂଆଦିଲ୍ଲୀ ଓ ମୁମ୍ବାଇ ସମେତ ରେଳ ଷ୍ଟେସନଗୁଡ଼ିକର ଆଧୁନିକୀକରଣ କରିବାକୁ ମଧ୍ୟ ନିବେଦକମାନଙ୍କୁ ସରକାର ପ୍ରସ୍ତାବ ଦେବା ଲାଗି କହିଥିଲେ।

କିନ୍ତୁ, ମାର୍ଚ ମାସରେ ଲକ୍‌ଡାଉନ୍ ଆରମ୍ଭ ହେବା ପୂର୍ବରୁ ରାଜ୍ୟସଭାରେ ରେଳବାଇ ମନ୍ତ୍ରୀ ପୀୟୂଷ ଗୋୟଲ୍ କହିଥିଲେ ଯେ, ଜନସାଧାରଣଙ୍କ ସମ୍ପତ୍ତି ହୋଇଥିବାରୁ ଏବେ କିଂବା ଭବିଷ୍ୟତରେ କେନ୍ଦ୍ର ସରକାର ରେଳବାଇକୁ ଘରୋଇକରଣ କରିବା ଲାଗି ଯୋଜନା କରୁନାହାନ୍ତି।



from ବାଣିଜ୍ୟ – Sambad https://ift.tt/3cdF2bv

Post a Comment

0 Comments