
ନୂଆଦିଲ୍ଲୀ: ଲକ୍ଡାଉନ୍ ଅବଧିରେ ବୁକିଙ୍ଗ ହୋଇଥିବା ବିମାନ ଟିକଟ ମୂଲ୍ୟ ଯାତ୍ରୀମାନଙ୍କୁ ଫେରସ୍ତ କରିବା ଲାଗି କେନ୍ଦ୍ର ସରକାର ବିମାନ କଂପାନିଗୁଡ଼ିକୁ ପ୍ରସ୍ତାବ ଦେଇଥିଲେ। କେଉଁ ତାରିଖରୁ ଆରମ୍ଭ କରି କେତେ ତାରିଖ ପର୍ଯ୍ୟନ୍ତ ବୁକିଙ୍ଗ୍ ହୋଇଥିବା ଟିକଟର ମୂଲ୍ୟ ଫେରସ୍ତ କରାଯିବ? ଲକ୍ଡାଉନ୍ ଆରମ୍ଭ ହେବା ପୂର୍ବରୁ ବୁକିଙ୍ଗ୍ ହୋଇଥିବା ଟିକଟ ମୂଲ୍ୟ ଫେରସ୍ତ ହେବ ନାହିଁ? ଏହା ସ୍ପଷ୍ଟ କରିବା ଲାଗି କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ କହିଛନ୍ତି। ଏହି ମାମଲାର ପରବର୍ତୀ ଶୁଣାଣି ଚଳିତ ମାସ ୨୩ରେ ହେବ। ଲକ୍ଡାଉନ୍ ସମୟରେ ବୁକ ହୋଇଥିବା ଟିକଟର ମୂଲ୍ୟ ଫେରସ୍ତ କରିବା ଲାଗି ସରକାର କଂପାନିଗୁଡ଼ିକୁ ଦୁଇ ପ୍ରକାର ବିକଳ୍ପ ଦେଇଥିଲେ।
from ବାଣିଜ୍ୟ – Sambad https://ift.tt/33i12yd
0 Comments