ତଥ୍ୟ ଚୋରି କରୁଛି ନକଲି ଅକ୍ସିମିଟର ଆପ୍

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅକ୍ସିମିଟର୍‌ର ଚାହିଦା ବୃଦ୍ଧି ପାଇଛି। ଅମ୍ଳଜାନର ସ୍ତର ମାପିବା ଲାଗି ଅକ୍ସିମିଟର ବ୍ୟବହାର କରାଯାଏ। ଏହାର ସୁଯୋଗ ନେଇ ଅନେକ ନକଲି ଅକ୍ସିମିଟର୍‌ ଆପ୍ ପ୍ରସ୍ତୁତ କରାଯାଇଛି ଯାହାର ୟୁଆର୍‌ଏଲ୍‌ ବିଷୟରେ କୌଣସି ତଥ୍ୟ ନାହିଁ। ସେଭଳି ଆପ୍‌ ନିଜ ମୋବାଇଲ୍‌ ଫୋନ୍‌ରେ ଡାଉନ୍‌ଲୋଡ୍‌ ନକରିବାକୁ ସରକାର କହିଛନ୍ତି। ଏନେଇ ଟ୍ବିଟର୍‌ରେ ସୂଚନା ପ୍ରଦାନ କରାଯାଇଛି। ଶରୀରରେ ଅମ୍ଳଜାନର ସଠିକ୍ ସ୍ତର ନିରୂପଣ ଦାବି କରୁଥିବା ଏହି ନକଲି ଆପ୍‌ଗୁଡ଼ିକ ବ୍ୟବହାରକାରୀଙ୍କ ଗୋପନୀୟ ତଥ୍ୟ ଚୋରି କରୁଥିବା ସନ୍ଦେହ କରାଯାଉଛି। ଫୋନ୍‌ରେ ଥିବା ବିଭିନ୍ନ ନମ୍ବର, ଫଟୋ ଆଦିକୁ ଏହି ଆପ୍ ଚୋରି କରୁଛନ୍ତି। ବ୍ୟବହାରକାରୀଙ୍କ ବାୟାମେଟ୍ରିକ୍ ତଥ୍ୟକୁ ମଧ୍ୟ ଆପ୍‌ଗୁଡ଼ିକ ଚୋରି କରୁଥିବା ସନ୍ଦେହ କରାଯାଉଛି। କେନ୍ଦ୍ର ସରକାରଙ୍କ ଗୃହ ବ୍ୟାପର ମନ୍ତ୍ରଣାଳୟର ସାଇବର୍ ନିର‌ାପତ୍ତା ସଚେତନତା ହାଣ୍ଡେଲ୍‌ ସାଇବର୍‌ ଦୋସ୍ତ ତରଫରୁ ଏହି ସତର୍କ ସୂଚନା ଜାରି କରାଯାଇଛି। ପେମେଣ୍ଟ୍‌ ଆପ୍ ଇନଷ୍ଟଲ୍‌ କରିବା ଲାଗି ଏସ୍‌‌ଏମ୍ଏସ୍‌ କିମ୍ବା ଇ-ମେଲ୍ ଜରିଆରେ ଆସୁଥିବା ଲିଙ୍କ୍‌ଗୁଡ଼ିକୁ ନଖୋଲିବା ଲାଗି ମଧ୍ୟ ଲୋକମାନଙ୍କୁ କୁହାଯାଇଛି।



from ବାଣିଜ୍ୟ – Sambad https://ift.tt/3mDOdad

Post a Comment

0 Comments