
ନୂଆଦିଲ୍ଲୀ: ଚଳିତବର୍ଷ ଅକ୍ଟୋବର ପହିଲାରୁ ବିଜ୍ନେସ୍-ଟୁ-ବିଜ୍ନେସ୍ କାରବାର କ୍ଷେତ୍ରରେ ଜିଏସ୍ଟିର ନୂଆ ନିୟମ ଲାଗୁ କରାଯାଇଛି। ଏହି ନିୟମ ଅନୁଯାୟୀ, ବାର୍ଷିକ ୫୦୦ କୋଟି ଟଙ୍କାରୁ ଅଧିକ କାରବାର କରୁଥିବା କମ୍ପାନିଙ୍କ ବ୍ୟାବସାୟିକ କାରବାର ପାଇଁ ଇଲେକ୍ଟ୍ରୋନିକ୍ ଇନଭଏସିଂ ବା ଇ-ବିଲ୍ କାର୍ଯ୍ୟକାରୀ କରାଯାଇଛି। ତେବେ ନୂଆବର୍ଷ ୨୦୨୧ ରୁ ୧୦୦ କୋଟି ଟଙ୍କାରୁ ଅଧିକ କାରବାର କରୁଥିବା କମ୍ପାନିଙ୍କ ପାଇଁ ଇ-ବିଲ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ସେହିଭଳି ସବୁ ଟିକସଦାତାଙ୍କ ବିଜନେସ-ଟୁ-ବିଜନେସ୍ କାରବାର ପାଇଁ ୨୦୨୧ ପହିଲାରୁ ଏହାକୁ ବାଧ୍ୟତାମୂଳକ କରାଯିବ। ଅର୍ଥ ଏବଂ ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ ଏହି ସୂଚନା ଦେଇଛନ୍ତି। ଅକ୍ଟୋବର ପହିଲାରେ ଇ-ଇନଭଏସିଂ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା। ୭ ଦିନ ମଧ୍ୟରେ ଅର୍ଥାତ୍ ଅକ୍ଟୋବର ୭ ତାରିଖ ସୁଦ୍ଧା ୧୬୩ ପ୍ରତିଶତ ବୃଦ୍ଧି ଦେଖା ଦେଇଥିଲା।
from ବାଣିଜ୍ୟ – Sambad https://ift.tt/30V4oXj
0 Comments