‘ଏଲ୍‌ପିଜି’ ସିଲିଣ୍ଡର୍‌ ନିୟମାବଳୀ: ନଭେମ୍ବର ପହିଲାରୁ ୧୦୦ଟି ସ୍ମାର୍ଟ ସିଟିରେ ହୋମ୍ ଡେଲିଭରି ଲାଗି ‘ଓଟିପି’ ଆବଶ୍ୟକ

ନୂଆଦିଲ୍ଲୀ: ଆସନ୍ତା ମାସ ଠାରୁ ୧୦୦ଟି ସ୍ମାର୍ଟ ସିଟିରେ ‘ଏଲ୍‌ପିଜି ସିଲିଣ୍ଡର୍‌’ ହୋମ୍ ଡେଲିଭରି ସକାଶେ ‘ଓଟିପି’ ବା ‘ୱାନ୍‌-ଟାଇମ୍ ପାସ୍‌ୱାର୍ଡ’ ଆବଶ୍ୟକ ହେବ। ତେଣୁ, ଘରେ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର୍‌ ଗ୍ରହଣ କରିବାକୁ ଇଚ୍ଛୁକ ବ୍ୟକ୍ତିବିଶେଷଙ୍କୁ ଏଥିନିମନ୍ତେ ‘ଓଟିପି’ ଦେଖାଇବାକୁ ପଡ଼ିବ।

ସିଲିଣ୍ଡର୍‌ ଚୋରି ରୋକିବାକୁ ଏବଂ ପ୍ରକୃତ ଗ୍ରାହକଙ୍କୁ ଚିହ୍ନଟ କରିବା ନିମନ୍ତେ ତୈଳ କମ୍ପାନିମାନେ ‘ଡେଲିଭରି ଅଥେଣ୍ଟିକେସନ୍ କୋଡ୍‌’ (ଡିଏସି) ନାମକ ଏହି ନୂତନ ବ୍ୟବସ୍ଥା ପ୍ରଚଳନ କରୁଛନ୍ତି ବୋଲି କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

Image Courtesy of Hindustan

ପ୍ରଥମେ ୧୦୦ଟି ସ୍ମାର୍ଟ ସିଟିରେ ‘ଡିଏସି’ ପ୍ରକ୍ରିୟାରେ ‘ଏଲ୍‌ପିଜି ସିଲିଣ୍ଡର୍‌’ ହୋମ୍‌ ଡେଲିଭରି ବ୍ୟବସ୍ଥା ଲାଗୁ କରାଯିବ। ଯଦି ଏହି ବ୍ୟବସ୍ଥା ଗ୍ରାହକମାନଙ୍କ ପାଇଁ ସୁବିଧା ହୁଏ, ତେବେ ଅନ୍ୟ ଜାଗାମାନଙ୍କରେ ଏହା ଲାଗୁ କରାଯିବ। କିନ୍ତୁ, ଏହି ବ୍ୟବସ୍ଥା ବ୍ୟାବସାୟିକ ସିଲିଣ୍ଡର୍‌ ନିମନ୍ତେ ପ୍ରଯୁଜ୍ୟ ନୁହେଁ।

ଏହି ନୂତନ ପ୍ରକ୍ରିୟାଟି ସରଳ। କୌଣସି ବ୍ୟକ୍ତି ଗ୍ୟାସ୍‌ ସିଲିଣ୍ଡର୍‌ ବୁକ୍ କରିବା ସମୟରେ ରେଜିଷ୍ଟର୍‌ଡ୍‌ ମୋବାଇଲ୍‌ ନମ୍ବରକୁ ‘କୋଡ୍‌’ଟିଏ ଆସିବ। ଡେଲିଭରି ସମୟରେ ଏଲ୍‌ପିଜି ସିଲିଣ୍ଡର୍ ଗ୍ରହଣ କରିବା ଲାଗି ଗ୍ରାହକଙ୍କୁ ଉକ୍ତ ‘କୋଡ୍‌’ ଦେଖାଇବାକୁ ପଡ଼ିବ। ଭୁଲ୍ ବ୍ୟକ୍ତିଙ୍କୁ ସିଲିଣ୍ଡର୍‌‌ ଡେଲିଭରି କରାଯାଇନାହିଁ ବୋଲି ଏହା ସୁନିଶ୍ଚିତ କରିବ।

ମୋବାଇଲ୍ ନମ୍ବର ଅପ୍‌ଡେଟ୍ ହୋଇ ନ ଥିବା ପରିସ୍ଥିତିରେ, ଡେଲିଭରି ଦେବାକୁ ଆସିଥିବା ବ୍ୟକ୍ତିଜଣକ ଏକ ଆପ୍‌ଦ୍ବାରା ରିଅଲ୍‌-ଟାଇମ୍‌ରେ ସମ୍ପୃକ୍ତ ଗ୍ରାହକଙ୍କ ନମ୍ବର ଅପ୍‌ଡେଟ୍‌ କରିପାରିବେ।

The post ‘ଏଲ୍‌ପିଜି’ ସିଲିଣ୍ଡର୍‌ ନିୟମାବଳୀ: ନଭେମ୍ବର ପହିଲାରୁ ୧୦୦ଟି ସ୍ମାର୍ଟ ସିଟିରେ ହୋମ୍ ଡେଲିଭରି ଲାଗି ‘ଓଟିପି’ ଆବଶ୍ୟକ first appeared on Sambad.



from ବାଣିଜ୍ୟ – Sambad https://ift.tt/31baWkK

Post a Comment

0 Comments