୨୦୨୧ରେ ଭାରତ ଆସିବ ଟେସ୍‌ଲା

ବେଙ୍ଗାଲୁରୁ: ବିଶ୍ବର ସବୁଠୁ ଚର୍ଚ୍ଚିତ ତଥା ଆମେରିକାର ଲୋକପ୍ରିୟ ଇଲେକ୍ଟ୍ରିକ୍ କାର୍‌ କଂପାନି ଟେସ୍‌ଲା ଆସନ୍ତା ବର୍ଷ ଭାରତ ଆସିବ। କଂପାନିର ସିଇଓ ଏଲନ୍ ମସ୍କ ଏହି ସଙ୍କେତ ଦେଇଛନ୍ତି। ଟେସ୍‌ଲା କ୍ଲବ୍ ଇଣ୍ଡିଆ ନାମକ ଏକ ଟ୍ବିଟର୍‌ ହାଣ୍ଡେଲ୍‌ରେ ‘ଇଣ୍ଡିଆ ୱାଣ୍ଟ୍‌ ଟେସ୍‌ଲା (ଭାରତ ଚାହୁଛି ଟେସ୍‌ଲା) ଲେଖାଥିବା ଏକ ଟି-ସାର୍ଟର ଫଟୋ ପୋଷ୍ଟ କରାଯାଇଥିଲା। ଟେସ୍‌ଲାର ଭାରତ ପ୍ରବେଶ ଯୋଜନାରେ କେତେ ଅଗ୍ରଗତି ହୋଇଛି ତାହା ଜାଣିବା ଲାଗି ପ୍ରଶ୍ନ କରାଯାଇଛି। ଏଲନ୍‌ ତାହା ଉପରେ ଉତ୍ତର ଦେଇ ଲେଖିଛନ୍ତି ଯେ ନିଶ୍ଚିତ ରୂପେ ଆସନ୍ତା ବର୍ଷ। ତାଙ୍କ ପ୍ରତିକ୍ରିୟା ଉପରେ ଅମୋଘ ଭୂଷଣ ନାମକ ଜଣେ ଟ୍ବିଟର୍‌ ବ୍ୟବହାରକାରୀ ଖୁସି ପ୍ରକଟ କରି ଲେଖିଛନ୍ତି ଯେ ଏହା ଖୁସି ମନାଇବା ଭଳି ଏକ ଖବର। ଆମେ ଅନେକ ଦିନ ଧରି ଅପେକ୍ଷା କରିଛୁ । ଅମୋଘଙ୍କ ସହ ବାର୍ତାଳାପରେ ଏଲନ୍ ଲେଖିଛନ୍ତି ଯେ ଅପେକ୍ଷା କରିଥିବାରୁ ଧନ୍ୟବାଦ।



from ବାଣିଜ୍ୟ – Sambad https://ift.tt/3nhRWL1

Post a Comment

0 Comments