
ନୂଆଦିଲ୍ଲୀ: ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍)ର ଆକଳନକୁ ଯଦି ବିଶ୍ବାସକୁ ନିଆଯିବ ତେବେ କରୋନା ମହାମାରୀ ଭାରତୀୟ ଅର୍ଥନୀତିର ମେରୁଦଣ୍ଡକୁ ଦୋହଲାଇ ଦେଇଛି ବୋଲି କୁହାଯାଇପାରିବ। ଆଇଏମ୍ଏଫ୍ ଆକଳନ କରିଛି ଯେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଅର୍ଥାତ ୨୦୨୧ ମାର୍ଚ୍ଚ ବେଳକୁ ବାଲାଂଦେଶର ମୁଣ୍ଡପିଛା ଆୟ ଭାରତ ଠାରୁ ଅଧିକ ହୋଇଯିବ। ଏହି ସମୟରେ ଭାରତର ମୁଣ୍ଡପିଛା ଆୟ ୧,୩୭,୦୨୧ ଟଙ୍କା (୧୮୭୭ ଡଲାର) ହେବ। ଯାହା ବାଲାଂଦେଶର ମୁଣ୍ଡପିଛା ଆୟ ୧,୩୭,୮୨୪ ଟଙ୍କା (୧୮୮୮ ଡଲାର) ଠାରୁ କମ୍। ଆଇଏମ୍ଏଫ୍ର ‘ବିଶ୍ବ ଅର୍ଥନୀତିର ପୂର୍ବାନୁମାନ’ ରିପୋର୍ଟ ଅନୁଯାୟୀ, ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧିରେ ୧୦.୩ ପ୍ରତିଶତ ଭଳି ବଡ଼ ଧରଣର ହ୍ରାସ ହେବ। କିନ୍ତୁ ୨୦୨୧-୨୨ରେ ସ୍ଥିତି ସୁଧୁରିଯିବ ଏବଂ ଭାରତର ୮.୮ ପ୍ରତିଶତ ଭଳି ଉଚ୍ଚ ଅଭିବୃଦ୍ଧି ହାସଲ କରିବା ସହ ଚୀନ୍ ଠାରୁ ଆଗକୁ ବଢ଼ି ପୁଣି ଥରେ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିର ମାନ୍ୟତା ହାସଲ କରିବ। ସେହି ସମୟରେ ଚୀନ୍ର ଅଭିବୃଦ୍ଧି ଭାରତ ଠାରୁ କମ୍ ଅର୍ଥାତ ୮.୨ ପ୍ରତିଶତ ରହିବ।
The post ମୁଣ୍ଡପିଛା ଆୟ, ଭାରତକୁ ଟପିବ ବାଲାଂଦେଶ first appeared on Sambad.
from ବାଣିଜ୍ୟ – Sambad https://ift.tt/2SSBi6H
0 Comments