
ଚଣ୍ଡିଗଡ଼: ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟ, ଘରୁଆଁ ଗୋଟିଏ ବର୍ଷରେ ୩୩୬ଟି ପେଟେଣ୍ଟ୍ ହାସଲ କରିଛି। ଗୋଟିଏ ବର୍ଷରେ ସର୍ବାଧିକ ପେଟେଣ୍ଟ୍ ହାସଲ କରିବାରେ ଏହି ବିଶ୍ବବିଦ୍ୟାଳୟ ପ୍ରଥମ ସ୍ଥାନରେ ରହିଛି। ନିକଟରେ କଣ୍ଟ୍ରୋଲର ଜେନେରାଲ ଅଫ୍ ପେଟେଣ୍ଟସ, ଡିଜାଇନ୍ ଆଣ୍ଡ୍ ଟ୍ରେଡମାର୍କ୍ସ କାର୍ଯ୍ୟାଳୟ ପକ୍ଷରୁ ଏହି ରୢାଙ୍କିଂ ପ୍ରକାଶ କରାଯାଇଛି। ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଏହି ରୢାଙ୍କିଂ ପ୍ରକାଶ କରାଯାଇଛି। ସାମଗ୍ରିକ ବର୍ଗରେ ଦେଶର ୨୭ଟି ଆଇଆଇଟି ୫୫୭ଟି ପେଟେଣ୍ଟ୍ ଫାଇଲ୍ କରିଛନ୍ତି। କିନ୍ତୁ ଏକକ ବିଶ୍ବବିଦ୍ୟାଳୟ ଭାବେ ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟ ୩୩୬ଟି ପେଟେଣ୍ଟ୍ ଫାଇଲ୍ କରି ସର୍ବାଗ୍ରେ ରହିଛି।
ଏହି ବିଶ୍ବବିଦ୍ୟାଳୟ ପଛକୁ ଟିସିଏସ ୨୩୯ଟି ପେଟେଣ୍ଟ ସହ ଦ୍ବିତୀୟ, ସିଏସଆଇଆର୍ ତୃତୀୟ (୨୦୨) ଏବଂ ଭେଲ୍ ଚତୁର୍ଥ (୧୭୩) ସ୍ଥାନରେ ରହିଛି। ଚଣ୍ଡିଗଡ଼ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ବବିଦ୍ୟାଳୟର ଚାନସେଲର୍ ସତନାମ ସିଂହ ସାନ୍ଧୁ, କୁଳପତି ଡ. ଏସ୍ ଏସ୍ ସେହଗଲ ଏବଂ ଡିନ୍ (ଗବେଷଣା) ଡ. ସଂଜୀତ ସିଂହ ପ୍ରମୁଖ ଏହି ସୂଚନା ଦେଇଛନ୍ତି। ଶିକ୍ଷାନୁଷ୍ଠାନ ବର୍ଗରେ ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟ ଘରୁଆଁ ଏକକ ପ୍ରତିଷ୍ଠାନ ଭାବେ ପ୍ରଥମ ସ୍ଥାନରେ ଥିବାବେଳେ ସାମଗ୍ରିକ ପେଟେଣ୍ଟ୍ ରୢାଙ୍କିଂରେ ବିଶ୍ବବିଦ୍ୟାଳୟ ଦ୍ବିତୀୟ ସ୍ଥାନରେ ରହିଛି। ଏଥିସହିତ ସୂଚନା ପ୍ରଯୁକ୍ତି ବର୍ଗରେ ୧୪୮ଟି ପେଟେଣ୍ଟ ଆବେଦନ କରି ଏହି ବିଶ୍ବବିଦ୍ୟାଳୟ ଦେଶର ଶ୍ରେଷ୍ଠ ୫ ଆବେଦନକାରୀଙ୍କ ମଧ୍ୟରେ ରହିଛି।
The post ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟ ପେଟେଣ୍ଟ୍ ରୢାଙ୍କରେ ପ୍ରଥମ first appeared on Sambad.
from ବାଣିଜ୍ୟ – Sambad https://ift.tt/2SXwZXL
0 Comments