ରେନୋ କ୍ବିଡ୍‌ର ନୂଆ ନିଓଟେକ୍‌ ଏଡିସନ୍

ଭୁବନେଶ୍ବର: ରେନୋ ଇଣ୍ଡିଆ ପକ୍ଷରୁ କ୍ବିଡ୍‌ର ନୂଆ ନିଓଟେକ୍‌ ଏଡିସନ୍‌କୁ ଉନ୍ମୋଚନ କରାଯାଇଛି। କ୍ବିଡ୍‌ ୦.୮ଏଲ୍‌ ଏମ୍‌ଟି, ୧.୦ଏଲ୍‌ ଏମ୍‌ଟି ଓ ୧.୦ଏଲ୍‌ ଏଏମ୍‌ଟି ଭାରିଆଣ୍ଟ୍‌ରେ ଏହି ଏଡିସନ୍ ଅଣାଯାଇଛି। ଏହି ଏଡିସନ୍‌ର କ୍ବିଡ୍‌ ଜାନ୍‌ସକାର୍‌ ବ୍ଲୁ ବଡି ସହିତ ସିଲ୍‌ଭର୍‌ ରୁଫ୍‌ ଓ ସିଲଭର୍‌ ବଡି ସହିତ ଜାନ୍‌ସକାର୍‌ ବ୍ଲୁ ରୁଫ୍‌ ଭଳି ଦୁଇ ପ୍ରକାର ରଙ୍ଗ ମିଶ୍ରଣରେ ଉପଲବ୍ଧ ହୋଇଛି। ଏହି ମଡେଲ୍‌ ମୂଲ୍ୟରେ ୩୦ ହଜାର ଟଙ୍କାର ବୃଦ୍ଧି କରାଯାଇଛି। ଗ୍ରାହକମାନେ କ୍ବିଡ୍‌ ନିଓଟେକ୍ ଏଡିସନ୍‌ରେ ୮ ଇଞ୍ଚ ଟଚ୍‌ସ୍କ୍ରିନ୍, ପଛ କ୍ୟାମେରା ଏବଂ ଆହୁରି ଅନେକ ପ୍ରକାର ନୂତନ ସୁବିଧା ପାଇପାରିବେ। ଏଥିରେ କଂପାନି ୯୮ ପ୍ରତିଶତ ସ୍ଥାନୀୟ ସାମଗ୍ରୀ ବ୍ୟବହାର କରିଛି। ସୁଲଭ ମୂଲ୍ୟରେ ଗ୍ରାହକମାନେ ଏହାର ମାଲିକ ହୋଇପାରିବେ ଏବଂ କାର୍‌ ଶିଳ୍ପର ଅନେକ ପ୍ରଥମ ଧରଣର ସୁବିଧା ସୁଯୋଗକୁ ଉପଭୋଗ କରିପାରିବେ ବୋଲି କଂପାନି ପକ୍ଷରୁ ଏକ ପ୍ରେସ୍ ବିବୃତ୍ତିରେ କୁହାଯାଇଛି। ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ୨,୯୯,୮୦୦ ଟଙ୍କାରୁ ଆରମ୍ଭ ହୋଇଛି। ଟପ୍‌ ଏଣ୍ଡ୍‌ ମଡେଲ୍‌ର ଦାମ୍ ୫,୧୨,୭୦୦ ଟଙ୍କା ରହିଛି।



from ବାଣିଜ୍ୟ – Sambad https://ift.tt/2HEHEUH

Post a Comment

0 Comments