
ମୁମ୍ବାଇ: ନିକଟରେ ମୁକଶେ ଅମ୍ବାନିଙ୍କ ଜିଓପ୍ଲାଟଫର୍ମରେ ନିବେଶ କରି ଚର୍ଚ୍ଚାକୁ ଆସିଥିବା ଆମେରିକୀୟ କମ୍ପାନି ଗୁଗୁଲ୍ ଏବେ ଭାରତର ଆଉ ଏକ ଡିଜିଟାଲ କମ୍ପାନି ପଲିସିବଜାରରେ ନିବେଶ କରିବାକୁ ଯୋଜନା ରଖିଥିବା ଜଣାଯାଇଛି। ଗୁଗୁଲ୍ ଭାରତରେ ଆସନ୍ତା ୫ରୁ ୭ ବର୍ଷ ଭିତରେ ୧୦ ବିଲିଅନ ଡଲାର ନିବେଶ କରିବା ଯୋଜନା ରଖିଥିବାବେଳେ ଏଥିରେ ପଲିସିବଜାର ରହିଛି। ପଲିସିବଜାରରେ କମ୍ପାନି ପ୍ରାୟ ୧୫୦ ନିୟୁତ ଡଲାର ପୁଞ୍ଜି ନିବେଶ କରି ଏହାର କିଛି ପ୍ରତିଶତ ଅଂଶଧନ ହାସଲ କରିପାରେ।
ଅନଲାଇନ ବୀମା ପ୍ଲାଟଫର୍ମ ପଲିସିବଜାରରେ ଜାପାନ କମ୍ପାନି ସଫ୍ଟବ୍ୟାଙ୍କର ୧୫ ପ୍ରତିଶତ ଅଂଶଧନ ରହିଛି। ଭାରତର ଡିଜିଟାଲ ବଜାରରେ ଗୁଗୁଲ୍ ନିଜର ସ୍ଥିତିକୁ ସୁଦୃଢ଼ କରିବାକୁ ଯୋଜନା ରଖିଥିବାରୁ ଏହି ନିବେଶ ନେଇ ଆଲୋଚନା ହେଉଛି। ଗୁଗୁଲ୍ରେ ଭାରତର ସୁନ୍ଦର ପିଚାଇ ସିଇଓ ଅଛନ୍ତି। ଗତମାସରେ ଏହି କମ୍ପାନି ଜିଓପ୍ଲାଟଫର୍ମରେ ୪.୫ ବିଲିଅନ ଡଲାର ନିବେଶ କରିଛି। କେବଳ ଜିଓ କିମ୍ବା ପଲିସିବଜାର ନୁହେଁ ପ୍ରଯୁକ୍ତି କ୍ଷେତ୍ରର ଚାରି ପାଞ୍ଚଟି ଷ୍ଟାର୍ଟଅପ୍ କମ୍ପାନିରେ ମଧ୍ୟ ଗୁଗୁଲ୍ର ନିବେଶ ଯୋଜନା ରହିଥିବା କୁହାଯାଉଛି।
from ବାଣିଜ୍ୟ – Sambad https://ift.tt/3kpGL1l
0 Comments