ମଣିପୁରରେ ବିଶ୍ବର ଉଚ୍ଚତମ ରେଳ ପୋଲ

ନୂଆଦିଲ୍ଲୀ: ଭାରତୀୟ ରେଳ ପକ୍ଷରୁ ମଣିପୁରରେ ଦେଶ ତଥା ବିଶ୍ବର ସବୁଠୁ ଉଚ୍ଚତମ ରେଳ ପୋଲ ନିର୍ମାଣ କରାଯାଉଛି। ଏହାର ଉଚ୍ଚତା ହେଉଛି ୧୪୧ ମିଟର। ସବୁଠୁ ଉଚ୍ଚତମ ରେଳ ପୋଲ ଏବେ ୟୁରୋପର ମୋଣ୍ଟେନିଗ୍ରୋର ମାଲା-ରିଜେକା ଭାୟାଡକ୍ଟରେ ରହିଛି ଯାହାର ଉଚ୍ଚତା ହେଉଛି ୧୩୯ ମିଟର। ମଣିପୁରରେ ନିର୍ମାଣ କରାଯାଉଥିବା ପୋଲ କାର୍ଯ୍ୟ ଶେଷ ହେବା ପରେ ତାହା ବିଶ୍ବର ସବୁଠୁ ଉଚ୍ଚତମ ରେଳ ପୋଲର ମାନ୍ୟତା ହାସଲ କରିବ। ଏହି ପୋଲର ଲମ୍ବ ହେଉଛି ୭୦୩ ମିଟର।

୧୧୧ କିଲୋମିଟର ବିଶିଷ୍ଟ ଜିରିବାମ-ତୁପୁଲ-ଇମ୍ଫାଲ ରେଳପଥ ପ୍ରକଳ୍ପର ଅଂଶ ସ୍ବରୂପ ଇଜାଇ ନଦୀ ଉପରେ ଏହି ପୋଲ ନିର୍ମାଣ କରାଯାଉଛି। ନର୍ଥ ଇଷ୍ଟ ଫ୍ରଣ୍ଟିୟର ରେଲ୍‌ୱେର ଜଣେ ଅଧିକାରୀ କହିଛନ୍ତି ଯେ, ଏହି ପ୍ରକଳ୍ପରେ ବ୍ୟବହୃତ ହେଉଥିବା ଷ୍ଟିଲ୍ ଗ୍ରାଇଡରଗୁଡ଼ିକୁ ୱାର୍କସପ୍‌ରେ ତିଆରି କରି ପରିବହନ କରାଯାଉଛି। ପ୍ରକଳ୍ପ ସ୍ଥଳରେ କ୍ୟାଣ୍ଟିଲିଭର ଜରିଆରେ ତାହାକୁ ଉପରକୁ ଉଠାଯାଉଛି। ଗ୍ରାଇଡରଗୁଡ଼ିକୁ ଉପରକୁ ଉଠାଇବା ଲାଗି ଇଲେକ୍‌ଟ୍ରିକ୍ ଲିଫ୍ଟର ବ୍ୟବହାର କରାଯାଉଛି।



from ବାଣିଜ୍ୟ – Sambad https://ift.tt/3iGdWMi

Post a Comment

0 Comments