
ବେଡ୍ମିନିଷ୍ଟର: ଚୀନ୍ ସହ ଦୀର୍ଘଦିନ ଧରି ବାଣିଜ୍ୟ ଲଢ଼େଇ କରୁଥିବା ଆମେରିକା ସରକାର ଚୀନ୍ର ଆଉ ଏକ ବଡ଼ କଂପାନିକୁ ନିଷିଦ୍ଧ କରିବା ଉପରେ ବିଚାର କରୁଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିକଟରେ ଚୀନ୍ର କଂପାନି ବାଇଟ୍ଡ୍ୟାନ୍ସ ଦ୍ବାରା ପରିଚାଳିତ ହେଉଥିବା ମନୋରଞ୍ଜନ ପ୍ରଦାନକାରୀ କ୍ଷୁଦ୍ର ଭିଡିଓ ଆପ୍ ଟିକ୍ଟକ୍କୁ ନିଷିଦ୍ଧ କରିଥିଲେ। ଏବେ ଚୀନ୍ର ଆଉ ଏକ କଂପାନି ଆଲିବାବା ଉପରେ କଟକଣା ଲଗାଇବା ଉପରେ ଟ୍ରମ୍ପ୍ ବିଚାର କରୁଥିବା ଜଣାପଡ଼ିଛି। ଟିକ୍ଟକ୍ର ଆମେରିକାରେ ଥିବା ସମସ୍ତ ସମ୍ପତ୍ତି ବିକ୍ରି କରିବା ଲାଗି ବାଇଟ୍ଡ୍ୟାନ୍ସକୁ ଟ୍ରମ୍ପ୍ ସରକାର ୯୦ ଦିନର ସମୟ ଦେଇଛନ୍ତି। ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷାକୁ ନେଇ ଆମେରିକା ସରକାର ଏଭଳି ପଦକ୍ଷେପ ନେଉଥିବା କହିଛନ୍ତି।
ଟିକ୍ଟକ୍କୁ ଆମେରିକାରେ କିଣିବା ଲାଗି ବିଲ୍ ଗେଟସ୍ଙ୍କ କଂପାନି ମାଇକ୍ରୋସଫ୍ଟ ଉଦ୍ୟମ କରୁଛି। ଗତ ଜୁନ୍ରେ ଲଦାଖ୍ର ଗଲ୍ୱାନ୍ ଘଟିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ଭାରତ ସରକାର ଟିକ୍ଟକ୍ ସମେତ ଚୀନ୍ର ୫୯ଟି ଆପ୍କୁ ନିଷିଦ୍ଧ ଘୋଷଣା କରିଛନ୍ତି। ଏହାପର ଠାରୁ ବିଶ୍ବର ବିଭିନ୍ନ ପ୍ରାନ୍ତରେ ଟିକ୍ଟକ୍ର ସମସ୍ୟା ବଢ଼ିଯାଇଛି। ଭାରତରେ ମଧ୍ୟ ନିଜର କାରବାର ମୁକେଶ ଅମ୍ବାନିଙ୍କୁ ବିକ୍ରି କରିବା ଲାଗି ଟିକ୍ଟକ ଉଦ୍ୟମ କରୁଛି।
from ବାଣିଜ୍ୟ – Sambad https://ift.tt/316A9xn
0 Comments