ଜୀବନ ପ୍ରମାଣପତ୍ର ଦାଖଲ ମହଲତ ୬ ମାସ ବଢ଼ିଲା

ଭୁବନେଶ୍ବର: କୋଭିଡ୍ ମହାମାରୀର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ପେନସନ୍‌ଭୋଗୀଙ୍କ ପାଇଁ ଜୀବନ ପ୍ରମାଣପତ୍ର ଦାଖଲର ସମୟ ସୀମାକୁ ଆଉ ଛଅ ମାସ ବଢ଼ାଇ ଦିଆଯାଇଛି। ୨୦୨୦ ବର୍ଷ ପାଇଁ ଜୀବନ ପ୍ରମାଣପତ୍ର ନଭମ୍ବେର ସୁଦ୍ଧା ଦେବାର ଥିଲା। ପେନ୍‌ସନ୍‌ଭୋଗୀ ଓ ପରିବାର ପେନ୍‌ସନ୍ ପାଉଥିବା ଲୋକମାନେ ୨୦୨୧ ମେ’ ଭିତରେ ଏହି ପ୍ରମାଣପତ୍ର ଦାଖଲ କରିପାରିବେ। ପେନ୍‌ସନ୍‌ଭୋଗୀଙ୍କ ଦେହାନ୍ତ ହେଲେ ତୁରନ୍ତ ପେନସନ୍ ବଣ୍ଟନ କର୍ତ୍ତୃପକ୍ଷଙ୍କୁ ସେହି ସୂଚନା ଦେବାକୁ କୁହାଯାଇଛି। ଏହା ଦ୍ବାରା ଟ୍ରେଜେରି କିମ୍ବା ବ୍ୟାଙ୍କ ତରଫରୁ ତୁରନ୍ତ ପେନ୍‌ସନ୍ ଦେବା ବନ୍ଦ କରାଯାଇପାରିବ।

ସେହିପରି, ପେନ୍‌ସନ୍‌ଭୋଗୀଙ୍କ ଅଣ-ବିବାହ କିମ୍ବା ପୁନଃ ବିବାହ ସାର୍ଟିଫିକେଟ୍‌ ଓ ଅଣ-ନିଯୁକ୍ତି ସାର୍ଟିଫିକେଟ୍‌ ଦାଖଲ କରିବାର ସମୟ ସୀମାକୁ ମଧ୍ୟ ୨୦୨୧ ମେ’ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଆସୁଥିବା ପେନ୍‌ସନ୍ ପେମେଣ୍ଟ୍ ଅର୍ଡର (ପିପିଓ)କୁ ‌ଗ୍ରହଣ କରି ପେନ୍‌ସନ୍ ବଣ୍ଟନ କର୍ତ୍ତୃପକ୍ଷ (ପିଡିଏ)ଙ୍କ ତରଫରୁ ପ୍ରଥମ ପେନ୍‌ସନ୍ ବଣ୍ଟନ କରାଯିବ। ପେନ୍‌ସନ୍‌ଭୋଗୀଙ୍କୁ ଏଥିପାଇଁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡ଼ିବନି। ତେବେ ଏହି କ୍ଷେତ୍ରରେ ପେନ୍‌ସନ୍‌ଭୋଗୀଙ୍କ ବ୍ୟାଙ୍କ ଖାତା ବିବରଣୀ ଆଇଏମ୍ଏଫ୍‌ଏସ୍‌ରେ ଥିବା ନିହାତି ଦରକାର। ଏହି ସମାନ ପଦ୍ଧତିରେ ଗ୍ରାଜୁଟଇ କିମ୍ବା କମ୍ପ୍ୟୁଟେଡ୍‌ ଭାଲ୍ୟୁ ଅଫ୍‌ ପେନ୍‌ସନ୍ ମଧ୍ୟ ପ୍ରଦାନ କରାଯିବ ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି।



from ବାଣିଜ୍ୟ – Sambad https://ift.tt/2E7G24w

Post a Comment

0 Comments