
ମୁମ୍ବାଇ: ଗତ ଜୁନ୍ ମାସରେ ଲଦାଖ୍ର ଗଲ୍ୱାନ ଘାଟିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ସଂଘର୍ଷ ଘଟି ୨୦ ଭାରତୀୟ ଯବାନ ସହିଦ ହେବା ପରେ ଉଭୟ ଦେଶର ସମ୍ପର୍କ ଖରାପ ହୋଇଛି। ଏହାର ପ୍ରଭାବ ବ୍ୟବସାୟ ଜଗତ ଉପରେ ପ୍ରତିଫଳିତ ହୋଇଛି। କିନ୍ତୁ ଭିତରେ ଭିତରେ ଚୀନ୍ର କେନ୍ଦ୍ରୀୟ ବ୍ୟାଙ୍କ ପିପୁଲସ୍ ବ୍ୟାଙ୍କ ଅଫ୍ ଚାଇନା (ଭାରତର ରିଜର୍ଭ ବ୍ୟାଙ୍କ ଭଳି ସଂସ୍ଥା) ଭାରତୀୟ କଂପାନିଗୁଡ଼ିକରେ ଏହାର ଅଂଶଧନ ବଢ଼ାଇବାରେ ବ୍ୟସ୍ତ ଅଛି। ଗତ ମାର୍ଚ୍ଚରେ ଏହା ଏଚ୍ଡିଏଫ୍ସିର ଅଂଶଧନ କିଣିଥିଲା।
ଏବେ ଆଇସିଆଇସିଆଇ ବ୍ୟାଙ୍କର ଅଂଶଧନକୁ ଏହା କିଣିଛି। ଭାରତୀୟ କଂପାନିଗୁଡ଼ିକରେ ନିଜର ଉପସ୍ଥିତିକୁ ବଢ଼ାଇ ସେଗୁଡ଼ିକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଚୀନ୍ର ଏହା ଏକ ବଡ଼ ଧରଣର ଯୋଜନା ବୋଲି ଅଭିଯୋଗ ହେଉଛି। ବର୍ତ୍ତମାନ ସୁଦ୍ଧା ପିପୁଲସ୍ ବ୍ୟାଙ୍କ ଅଫ୍ ଚାଇନା ଭାରତର ସଂସ୍ଥା ଏଚ୍ଡିଏଫ୍ସି, ଏସିଆନ୍ ପେଣ୍ଟସ୍, ଅମ୍ବୁଜା ସିମେଣ୍ଟ୍ସ୍ ଓ ଆଇସିଆଇସିଆଇ ବ୍ୟାଙ୍କରେ ୪୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପୁଞ୍ଜିନିବେଶ କରିସାରିଲାଣି। ଏଚ୍ଡିଏଫ୍ସିର ଅଂଶଧନକୁ ପିପୁଲସ୍ ବ୍ୟାଙ୍କ ଅଫ୍ ଚାଇନା କିଣିବା ପରେ ଭାରତ ସରକାର ସେଚତନ ହୋଇ ପଡ଼ୋଶୀ ଦେଶଗୁଡ଼ିକ ଲାଗି ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍ଡିଆଇ) ନିୟମକୁ କଡ଼ାକଡ଼ି କରିଥିଲେ। କେବଳ ସରକାରୀ ରୁଟ୍ରେ ନିବେଶ ପ୍ରସ୍ତାବଗୁଡ଼ିକୁ ମଞ୍ଜୁରି ମିଳିବ ବୋଲି ଘୋଷଣା କରିଥିଲେ।
from ବାଣିଜ୍ୟ – Sambad https://ift.tt/31eFmDk
0 Comments