ଚାରି ସରକାରୀ ବ୍ୟାଙ୍କର ଘରୋଇକରଣ ହେବ

ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କ ଘରୋଇକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଜୋର ଦେବା ଆରମ୍ଭ କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଅତିକମ୍‌ରେ ଚାରିଟି ବ୍ୟାଙ୍କର ଅଂଶଧନ ବିକ୍ରି କରିବା ଲାଗି ସରକାର ଉଦ୍ୟମ କରୁଛନ୍ତି। ପଞ୍ଜାବ ଆଣ୍ଡ୍‌ ସିନ୍ଧ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ୟୁକୋ ବ୍ୟାଙ୍କ ଓ ଆଇଡିବିଆଇ ବ୍ୟାଙ୍କର ଅଂଶଧନ ବିକ୍ରି କରିବା ଲାଗି କୁୂହାଯାଇଛି।

ସରକାର ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଚାହୁଛନ୍ତି। ଅନ୍ୟ ପକ୍ଷରେ କରୋନା ମହାମାରୀ ପ୍ରଭାବରେ ରାଜସ୍ବ ଆୟ କମିଯାଇଥିବାରୁ ସରକାରୀ ବ୍ୟାଙ୍କ ଓ ଅନ୍ୟାନ୍ୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଅଂଶଧନ ବିକ୍ରି କରି ପୁଞ୍ଜି ହାସଲ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଘରୋଇକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ଚଳିତ ମାସ ପ୍ରାରମ୍ଭରେ ଅର୍ଥ ମନ୍ତ୍ରଣାଳୟକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ଲେଖାଯାଇଥିଲା। ବ୍ୟାଙ୍କ ଘରୋଇକରଣରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। କଥାବାର୍ତା କିଛି ବାଟ ଆଗେଇ ଗଲାଣି ବୋଲି ଜଣାପଡ଼ିଛି। ସରକାରୀ ବ୍ୟାଙ୍କ ସଂଖ୍ୟା ୪-୫କୁ ଖସାଇ ଆଣିବା ଉପରେ ‌ଭାରତ ସରକାର କାର୍ଯ୍ୟ କରୁଛନ୍ତି ବୋଲି ନିକଟରେ ରଏଟର୍‌ରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଘରୋଇକରଣ ଜରିଆ‌ରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସଂଖ୍ୟା ହ୍ରାସ କରାଯିବ। ଏହା ପୂର୍ବରୁ ୧୦ଟି ସରକାରୀ ବ୍ୟାଙ୍କକୁ ମିଶାଇ ୪ଟି ବଡ଼ ବ୍ୟାଙ୍କ ଗଠନ କରାଯାଇଥିଲା। ଆଇଡିବିଆଇ ବ୍ୟାଙ୍କରେ କେନ୍ଦ୍ର ସରକାରଙ୍କ ୪୭.୧୧ ପ୍ରତିଶତ ଅଂଶଧନ ରହିଛି। ଏଲ୍‌ଆଇସିର ଏଥିରେ ୫୧ ପ୍ରତିଶତ ଅଂଶଧନ ଅଛି। ଅନ୍ୟ ବ୍ୟାଙ୍କଗୁଡ଼ିକରେ ସରକାରଙ୍କ ମୋଟା ଅଙ୍କର ଅଂଶଧନ ରହିଛି। ଅନାଦେୟ ଋଣ ସମସ୍ୟାର ସମାଧାନ କରିବା ଲାଗି ବ୍ୟାଙ୍କଗୁଡ଼ିକର ଘରୋଇକରଣ କରିବା ଉପରେ ବିଚାର କରାଯାଉଛି। ସରକାରୀ ବ୍ୟାଙ୍କରେ ଏନ୍‌ପିଏ ଏଭଳି ବେଲଗାମ ହୋଇପଡ଼ିଛି ଯେ ବାଧ୍ୟ ହୋଇ ପ୍ରତିବର୍ଷ ବ୍ୟାଙ୍କଗୁଡ଼ିକୁ ନୂତନ ପାଣ୍ଠି ଦେଇ ପୁନରୁଦ୍ଧାର କରିବାକୁ ପଡ଼ୁଛି। ସେହି ସମସ୍ୟାକୁ ଘରୋଇକରଣ ଜରିଆରେ ସମାଧାନ କରିବାକୁ ଉଦ୍ୟମ କରାଯାଉଛି।



from ବାଣିଜ୍ୟ – Sambad https://ift.tt/3248NH9

Post a Comment

0 Comments