
ୱାସିଂଟନ: ଫେସବୁକ୍ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଏକ ବିରଳ ଧନୀବ୍ୟକ୍ତିଙ୍କ କ୍ଲବରେ ସାମିଲ ହୋଇଛନ୍ତି। ସେୟାର ବଜାରରେ ଫେସବୁକର ସେୟାରମୂଲ୍ୟ ଗତ ଗୁରୁବାର ୬.୫ ପ୍ରତିଶତ ବଢ଼ିବା ପରେ ଜୁକରବର୍ଗଙ୍କ ନିଟ୍ ସମ୍ପତ୍ତି ପ୍ରଥମ ଥର ପାଇଁ ୧୦୦ ବିଲିଅନ ଡଲାର ଟପିଛି। ବିଶ୍ବରେ ୧୦୦ ବିଲିଅନ ଡଲାର ମୂଲ୍ୟର ସମ୍ପତ୍ତି ଥିବା ବ୍ୟକ୍ତିଙ୍କ ତାଲିକାରେ ଜୁକରବର୍ଗ ଆସିଯାଇଛନ୍ତି। ପୂର୍ବରୁ ଏହି କ୍ଲବରେ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଓ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ଥିବାବେଳେ ଏବେ ଏହି କ୍ଲବର ସଦସ୍ୟ କୁକରବର୍ଗ ହୋଇପାରିଛନ୍ତି।
ଚଳିତବର୍ଷ ଆମେରିକୀୟ ପ୍ରଯୁକ୍ତି କମ୍ପାନିଗୁଡ଼ିକର ସେୟାର ମୂଲ୍ୟ ବହୁମାତ୍ରାରେ ବଢ଼ିବାରେ ଲାଗିଛି। ଆମେରିକାର ୫ଟି ବଡ଼ ପ୍ରଯୁକ୍ତି କମ୍ପାନି ଆପଲ୍, ଆମାଜନ, ଆଲଫାବେଟ, ଫେସବୁକ୍ ଓ ମାଇକ୍ରୋସଫ୍ଟର ବଜାର ମୂଲ୍ୟ ଆମେରିକା ଜିଡିପିର ପ୍ରାୟ ୩୦ ପ୍ରତିଶତ ସହ ସମାନ ହୋଇପାରିଛି ବୋଲି ବ୍ଲୁମବର୍ଗ ପକ୍ଷରୁ କୁହାଯାଇଛି।
ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ସମ୍ପତ୍ତି ବଢ଼ିଚାଲିଛି। ଫଳରେ ସେ ବିଶ୍ବର ଚତୁର୍ଥ ବଡ଼ ଧନୀବ୍ୟକ୍ତିରେ ପରିଣତ ହୋଇପାରିଛନ୍ତି। ମୁକେଶଙ୍କ ନିଟ୍ ସମ୍ପତ୍ତି ୮୦.୬ ବିଲିଅନ୍ ଡଲାରରେ ପହଞ୍ଚିଛି। ଚଳିତବର୍ଷ ସେ ତାଙ୍କ ସମ୍ପତ୍ତିରେ ୨୨ ବିଲିଅନ ଡଲାର ଯୋଡ଼ିବାରୁ ତାଙ୍କ ସମ୍ପତ୍ତି ଏହି ସ୍ତରରେ ପହଞ୍ଚି ପାରିଛି ବୋଲି ବ୍ଲୁମବର୍ଗ ବିଲିଅନେୟାର ସୂଚୀରୁ ଜଣାଯାଇଛି। ଭାରତର ଶୀର୍ଷ ଧନୀ ମୁକେଶ ଜଣକ ପରେ ଜଣେ ବିଶ୍ବର ପ୍ରମୁଖ ଧନୀବ୍ୟକ୍ତିମାନଙ୍କୁ ପଛରେ ପକାଇ ଚାଲିଛନ୍ତି। ନିକଟରେ ସେ ଟେସଲା କମ୍ପାନି ପ୍ରତିଷ୍ଠାତା ଏଲନ ମସ୍କ ଏବଂ ଆଲଫାବେଟ୍ କମ୍ପାନିର ସହପ୍ରତିଷ୍ଠାତା ଲାରି ପେଜ୍ ଓ ସର୍ଗି ବିନ୍ ଏବଂ ବିଶିଷ୍ଟ ନିବେଶକ ୱାରେନ ବଫେଟ୍ଙ୍କୁ ଅତିକ୍ରମ କରିଥିଲେ। ମୁକେଶ ଏବେ ୟୁରୋପର ଧନୀବ୍ୟକ୍ତି ତଥା ଫ୍ରାନ୍ସର ବର୍ନାର୍ଡ ଆର୍ନଲ୍ଟଙ୍କୁ ପଛରେ ପକାଇ ବିଶ୍ବର ଚତୁର୍ଥ ଧନୀ ବ୍ୟକ୍ତିର ମାନ୍ୟତା ପାଇଛନ୍ତି।
from ବାଣିଜ୍ୟ – Sambad https://ift.tt/2DJb42e
0 Comments