
ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦେଶରେ ଗତ ମାର୍ଚ୍ଚ ୨୫ ତାରିଖରେ ଲକଡାଉନ୍ ଘୋଷଣା ହୋଇଥିଲା। ଏଥିଯୋଗୁଁ ଦେଶରେ ଦୀର୍ଘଦିନ ଧରି ଅର୍ଥନୈତିକ କାର୍ଯ୍ୟକଳାପ ମନ୍ଥର ହୋଇଯାଇଥିଲା। ଏହାସତ୍ତ୍ବେ ଭାରତ ବିଦେଶୀ ନିବେଶକଙ୍କ ଏକ ପସନ୍ଦର ସ୍ଥାନ ହୋଇ ରହିଛି। ଦେଶକୁ ବିପୁଳ ପରିମାଣର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ଆସିଛି। ମହାମାରୀ ସମୟରେ ଦେଶକୁ ୨୨ ବିଲିଅନ ଡଲାରର ଏଫଡିଆଇ ଆସିଛି। ଏଥିରୁ ୯୮ ପ୍ରତିଶତ ନିବେଶ ସ୍ବୟଂକ୍ରିୟ ରାସ୍ତାରେ ଆସିଛି ବୋଲି ନିତି ଆୟୋଗର ସିଇଓ ଅମିତାଭ କାନ୍ତ କହିଛନ୍ତି।
ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ୭୫ ବର୍ଷ ଉତ୍ସବ ପାଳନ ଅବସରରେ ଶ୍ରୀ କାନ୍ତ ଏହା କହିଛନ୍ତି। ବିଶ୍ବେର କୋହଳ ଏଫଡିଆଇ ନୀତି ଆପଣାଇ ଥିବା ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ। ବିଶ୍ବବ୍ୟାଙ୍କର ଇଜ୍ ଅଫ୍ ଡୁଇଂ ବିଜନେସ୍ ପାହ୍ୟାରେ ଭାରତ ୭୯ଟି ସ୍ଥାନ ଉପରକୁ ଉଠିଛି। ଚଳିତବର୍ଷ ଭାରତ ଭାରତ ଏ କ୍ଷେତ୍ରରେ ବିଶ୍ବର ଶ୍ରେଷ୍ଠ ୫୦ଟି ଦେଶ ଏବଂ ଆସନ୍ତାବର୍ଷ ଶ୍ରେଷ୍ଠ ୩ଟି ଦେଶ ମଧ୍ୟରେ ସ୍ଥାନ ପାଇବା ଆଶା ରହିଛି ବୋଲି ସେ କହିଛନ୍ତି।
from ବାଣିଜ୍ୟ – Sambad https://ift.tt/31z8ns7
0 Comments