ସରକାରଙ୍କ ଲକ୍‌ଡାଉନ୍‌ ‌ଜାରି ଯୋଗୁଁ ଅର୍ଥନୀତିରେ ସମସ୍ୟା ସୃଷ୍ଟି ହୋଇଛି: ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: କଠୋର ଲକ୍‌ଡାଉନ୍ ଜାରି କରିବାକୁ ସରକାରଙ୍କ ନିଷ୍ପତ୍ତି ଯୋଗୁଁ ଭାରତୀୟ ଅର୍ଥନୀତିରେ ସମସ୍ୟା ସୃଷ୍ଟି ହୋଇଥିବା କଥା ବୁଧବାର ଦିନ ସୁପ୍ରିମ୍ କୋର୍ଟ କହିଛନ୍ତି।

ଏକ ଋଣ ମୋରାଟରିୟମ୍ ମାମଲାର ଶୁଣାଣି କରି ବୁଧବାର ଦିନ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି କି, ଋଣ ମୋରାଟରିୟମ୍ ଉପରେ ଥିବା କର୍ତ୍ତୃତ୍ବ ପ୍ରସଙ୍ଗ ଉଲ୍ଲେଖ କରି ଏକ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରନ୍ତୁ। ଏହି ଋଣ ଛାଡ଼ କରାଯାଇ ପାରିବ କିଂବା ମୋରାଟରିୟମ୍ ସମୟରେ ସୁଧ ଉପରେ ପଡୁଥିବା ସୁଧ ବନ୍ଦ କରାଯାଇ ପାରିବ କି, ନାହିଁ ତାହା ମଧ୍ୟ ଏଥିରେ ଉଲ୍ଲେଖ ରହିବା ଉଚିତ।

Image Courtesy of The Financial Express

ସୁପ୍ରିମ୍ କୋର୍ଟ ପୁଣି କହିଛନ୍ତି, ଆପଣ ଆପଣଙ୍କର କ୍ଷମତା ସ୍ପଷ୍ଟ କରନ୍ତୁ। ଆପଣ କହୁଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ନିଷ୍ପତ୍ତି ନେଇଛି। ଆମେ ରଜିର୍ଭ ବ୍ୟାଙ୍କ୍‌ର ଉତ୍ତର ପାଠ କରିଛୁ। କିନ୍ତୁ, ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପଛରେ ଆତ୍ମଗୋପନ କରିଛନ୍ତି କେନ୍ଦ୍ର ସରକାର।

ମୋରା‌ଟରିୟମ୍ ସମୟରେ ବସା ଯାଉଥିବା ଅଧିକ ଋଣକୁ ଚାଲେଞ୍ଜ୍ କରି ଆଗତ ଏକ ପିଟିସନ୍‌ର ଶୁଣାଣି କରି ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ ଏହି ଆଦେଶ‌ ଦେଇଛନ୍ତି।

ମିଆଦୀ ଋଣ ଏବଂ ଇଏମ୍‌ଆଇ ପେମେଣ୍ଟ୍‌ କ୍ଷେତ୍ରରେ ଗ୍ରାହକମାନଙ୍କ ପ୍ରତି ରିଜର୍ଭ ବ୍ୟାଙ୍କ୍‌ ଇଚ୍ଛାଧୀନ ମୋରାଟରିୟମ୍ ଘୋଷଣା କରିଥିଲା। ମୋରାଟରିୟମ୍ ସମୟ ସୀମା ଅଗଷ୍ଟ ୩୧ ତାରିଖ ଦିନ ଶେଷ ହେଉଛି।

 



from ବାଣିଜ୍ୟ – Sambad https://ift.tt/32tBKwi

Post a Comment

0 Comments