
ମୁମ୍ବାଇ: ୫୦୦ ଟଙ୍କିଆ ନୋଟ୍ର ବ୍ୟାପକ ପ୍ରସାରଣ ହୋଇଥିଲେ ବି, ୨୦୨୦ ମାର୍ଚରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ ୨୦୦୦ ଟଙ୍କିଆ ନୋଟ୍ର ପ୍ରସାରଣ ହ୍ରାସ ପାଇଥିବା କଥା ରିଜର୍ଭ ବ୍ୟାଙ୍କ୍ର ବାର୍ଷିକ ରିପୋର୍ଟରୁ ଜଣାପଡ଼ିଛି। ରିପୋର୍ଟରେ ଉଲ୍ଲେଖ ଅଛି ଯେ, ଆର୍ଥିକ ବର୍ଷ ୨୦୧୯-୨୦ରେ ଆଦୌ ୨୦୦୦ ଟଙ୍କିଆ ନୋଟ୍ ଛାପା ହୋଇ ନ ଥିବା ବେଳେ ୧୨୦୦ କୋଟି ଖଣ୍ଡ ୫୦୦ ଟଙ୍କିଆ ନୋଟ୍ ଛାପା ହୋଇଛି। ୨୦୧୮-୧୯ ବର୍ଷରେ ରିଜର୍ଭ ବ୍ୟାଙ୍କ୍ ୫ କୋଟି ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍ ଛାପି ଥିଲା।
୬, ୫୮, ୧୯୯ କୋଟି ଟଙ୍କା ବ୍ୟୟରେ ମୁଦ୍ରିତ ୩୨, ୯୧୦ ଲକ୍ଷ ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍ ୨୦୧୯ ମାର୍ଚ ସୁଦ୍ଧା ପ୍ରସାରିତ ହେଉଥିଲା। କିନ୍ତୁ, ୨୦୨୦ ମାର୍ଚ ସୁଦ୍ଧା ୨୦୦୦ ଟଙ୍କିଆ ସଂଖ୍ୟା ୨୭, ୩୯୮ ଲକ୍ଷକୁ ହ୍ରାସ ପାଇଲା ଓ ମୂଲ୍ୟ ମଧ୍ୟ ୫୪୭, ୯୫୨ କୋଟିକୁ ହ୍ରାସ ପାଇଲା। ୨୦୧୮ରେ ୩୭.୩% ଏବଂ ୨୦୧୯ରେ ୩୧. ୨% ଥିବା ୨୦୦୦ ଟଙ୍କିଆ ନୋଟ୍ ସମୁଦାୟ ମୂଲ୍ୟ ସମ୍ପ୍ରତି ମାତ୍ର ୨୨.୬% ରହିଛି।
ଅନ୍ୟ ପକ୍ଷରେ, ୫୦୦ ଟଙ୍କିଆ ନୋଟ୍ର ପ୍ରସାରଣ ଦ୍ରୁତ ବେଗରେ ବୃଦ୍ଧି ପାଇଛି। ବର୍ଷେ ତଳେ ୧୦. ୭୫ ଲକ୍ଷ କୋଟି ମୂଲ୍ୟ ଥିବା ୫୦୦ ଟଙ୍କିଆ ନୋଟ୍ ମାର୍ଚ ୨୦୨୦ରେ ୧୪. ୭୨ ଲକ୍ଷ କୋଟିରେ ପହଞ୍ଚିଛି। ୨୧୫, ୧୭୬ ଥିବା ୫୦୦ ଟଙ୍କିଆ ନୋଟ୍ ସଂଖ୍ୟା ମଧ୍ୟ ୨୦୧୯ରେ ୨୯୪,୪୭୫କୁ ବୃଦ୍ଧି ପାଇଛି। ଅର୍ଥାତ୍ ଭାରତରେ ଥିବା ବ୍ୟାଙ୍କ୍ ନୋଟ୍ଗୁଡ଼ିକର ସମୁଦାୟ ମୂଲ୍ୟର ୬୦. ୫% ହେଉଛି ୫୦୦ ଟଙ୍କିଆ ନୋଟ୍।
from ବାଣିଜ୍ୟ – Sambad https://ift.tt/2QDhy61
0 Comments